ଅର୍ଚ୍ଚନା ନାଗ ମାମଲାରେ ଇଡି ଦାଖଲ କରିବ ୧୩ ଶହ ପୃଷ୍ଠାର ଚାର୍ଜସିଟ୍

ଶବ୍ଦ ଓଡିଶା ବ୍ୟୁରୋ: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରାଥମିକ ଚାର୍ଜସିଟ ୧୩୦୦ ଶହ ପୃଷ୍ଠା ବିଶିଷ୍ଟ ହୋଇଥିବା ସୂଚନା ମିଳୁଛି । ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧ ଏହି ଚାର୍ଜସିଟ୍ ଦାଖଲ କରାଯିବ । ଏହି ମାମଲା ସହିତ ସମ୍ପର୍କିତ ଅଡିଓ, ଭିଡିଓ ରେକର୍ଡ ଦାଖଲ କରାଯିବ । ଏହା ପୂର୍ବରୁ ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ, ସହଯୋଗୀ ଖଗେଶ୍ୱର. ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡି ତିନିଜଣଙ୍କୁ ନୋଟିସ କରିଥିଲା । କାହିଁକି ଏ ସମ୍ପତ୍ତି ବାଜ୍ୟାପ୍ତି ନହେବ ସେନେଇ କାରଣ ଦର୍ଶାଇବାକୁ ଇଡି ନୋଟିସ କରିଛି ।
ଏହି ମାମଲାରେ ସମ୍ପୃକ୍ତ ତିନିଜଣ କେଉଁଭଳି ଭାବରେ ଏତେବଡ ସାମ୍ରାଜ୍ୟ ପ୍ରତିଷ୍ଠା କଲେ । ସେମାନଙ୍କ ରୋଜଗାରର ମୁଖ୍ୟସ୍ରୋତ କଣ । କେଉଁଠାରୁ ଏତେ ପରିମାଣର ଟଙ୍କା ସେମାନେ ଆଣିୁଥିଲେ ସେନେଇ କୌଣସି ପ୍ରକାର ସୂଚନା ସେମାନେ ଦେଇପାରୁନାହାନ୍ତି । ଇଡି ଏକାଧିକ ଧର ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଥିବା ବେଳେ ମଧ୍ୟ କୌଣସି ସଫଳତା ହାସଲ କରିପାରୁନାହିଁ ।

You May Also Like

More From Author

+ There are no comments

Add yours