ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, ୪ ବର୍ଷ ପାଇଁ ନିଯୁକ୍ତ

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ନିଯୁକ୍ତି ମିଳିଛି । ଆସନ୍ତା ୪ ବର୍ଷ ପାଇଁ କୂଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି । ଫ୍ରଫେସର ମିଶ୍ରଙ୍କର ଅଧ୍ୟାପନା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡିପାର୍ଟମେଣ୍ଟ ଅଫ ବିଜେନସ ଆଡମିନଷ୍ଚ୍ରେସନ ପ୍ରଫେସର ପଦରୁ ଅବସର ନେଇଥିଲେ । କେବଳ ଏତିକି ନୁହେଁ ସେ ୯ଟି ପୁସ୍ତକ ମଧ୍ୟ ଲେଖିଛନ୍ତି । ତାଙ୍କର ୧୨୨ଟି ଲେଖା ବିଭିନ୍ନ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ତାଙ୍କ ଧିନରେ ଜଣେ ଡିଲିଟ ପାଇଥିବା ବେଳେ ୩୯ ଜଣ ପିଏଚଡି ଏବଂ ୩ ଜଣ ଏମଫିଲ କରିଛନ୍ତି ।

You May Also Like

More From Author

+ There are no comments

Add yours