ମେଘାଳୟ: କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ୩ ବିଧାୟକଙ୍କ ଇସ୍ତଫା, ଏନପିପିରେ ହୋଇପାରନ୍ତି ସାମିଲ ।

ଶବ୍ଦ ଓଡିଶା ବ୍ୟୁରୋ: ମେଘାଳୟର କ୍ୟାବିନେଟ ମନ୍ତ୍ରୀ ହେମଲେଟସନ ଦେହଲିଙ୍ଗଙ୍କ ସମେତ ତିନି ବିଧାୟକ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । କରନାଡ ସାଙ୍ଗାମା ସରକାରରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିବା ଦୋହାଲିଙ୍ଗ ପିପୁଲ୍ସ ଡେମୋକ୍ରାଟିକ ଆଲାଏନ୍ସ(ପିଡିଏସ)ର ବିଧାୟକ । ପୂର୍ବ ଖାସି ହିଲ୍ସ ଜିଲ୍ଲାର ମାଇଲିନ ନିର୍ବାଚନ ମଣ୍ଡଳୀରୁ ସେ ପ୍ରତିନିଧିତ୍ୱ କରୁଥିଲେ । ରିଭାଇ ଜିଲ୍ଲାରେ ଉମସିସିଙ୍ଗ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ପିଡିଏର ଅନ୍ୟ ଜଣେ ବିଧାୟକ ଜେସନ ସାଂକମି ମାୱଲୋଗଂ ଏବଂ ହିଲ ଷ୍ଟେଟ ପିପୁଲ୍ସ ଡୋମୋକ୍ରାଟିକ ଦଳର ବିଧାୟକ ସମଲିନ ମାଲନଗିଂୟାଂଗ ମଧ୍ୟ ଇସ୍ତଫା ଦେଇଛନ୍ତି । ମାଲନଗିଂୟାଂଗ ପୂର୍ବ ଖାସି ହିଲ୍ସ ଜିଲ୍ଲାର ସୋହିୟୋଂଗ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି ।
ବିଧାନସଭାର ଜଣେ ଅଧିକାରୀଙ୍କ କହିବା ଅନୁସାରେ ବିଧାନସଭା ଅଧ୍ୟକ୍ଷ ମେଟୱାହ ଲିଙ୍ଗଦୋହ ସେମାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନେଇଛନ୍ତି । ସେମାନେ କ୍ଷମତାଶୀନ ନ୍ୟାସନାଲ ପିପିଲ୍ସୁ ପାର୍ଟିରେ ସାମିଲ ହେବାର ସମ୍ଭାବନା ରହିଛି । ପିଡିଏ ଏବଂ ଏଚଏସପିଡିପି ରାଜ୍ୟରେ ଏନପିପିର ନେତୃତ୍ବଧୀନ ମେଘାଳୟ ଡେମୋକ୍ରାଟିକ ଆଲାଏନ୍ସର ଅଂଶୀଦାର ରହିଛି ।

You May Also Like

More From Author

+ There are no comments

Add yours