Thu. Oct 15th, 2026

ହକି ବିଶ୍ୱକପ ପାଇଁ ଖେଳାଳିଙ୍କୁ ସ୍ବାଗତ କରିବା ପାଇଁ ବାଣପୁରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଣପୁର ବିଜ୍ଞାପିତ ଅଂଚଳ କାଉନସିଲ ହଲରେ ଅଧ୍ୟକ୍ଷ ମିଟୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ। ବାଣପୁର  ବି.ଡି.ଓ  ଶ୍ରୀମତି ବୁଲବୁଲ ବେହେରା, ବାଣପୁର କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଓ ବାଣପୁର ଏନ ଏ ସି ର ଉପାଧ୍ୟକ୍ଷା, ସମସ୍ତ କାଉନସିଲର, ସ୍ୱେଚ୍ଛାସେବୀ, ସହ ଶିକ୍ଷାଧିକାରୀ ବାଣପୁର ଶିକ୍ଷା ମଣ୍ଡଳ ଓ ଆଂଚଳିକ ସ୍କୁଲ କଲେଜ ତଥା ଏନ ଏ ସି କର୍ମଚାରୀଙ୍କ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।  ବିଭିନ୍ନ ବର୍ଗର ପ୍ରତିଯୋଗିତା କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଐତିହାସିକ ପଲଟଣ ପଡିଆରେ ୧୧ ଜାନୁଆରୀ ଦିନ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।  ଓଡିଶାରେ ବିଶ୍ୱକପର ହକିର ଆୟୋଜନ କରାଯାଇଥିବାରୁ ରାଜ୍ୟର ଏକ ସ୍ୱାଭିମାନର ବିଷୟ।  ତେଣୁ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହ ସଂପାଦନ କରିବାକୁ ଉପସ୍ଥିତ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଭିନ୍ନ ବିଭାଗ ଓ ଗ୍ରାମମାନଙ୍କରେ ସମସ୍ତ ଅନୁଷ୍ଠାନକୁ ସହଯୋଗ ପାଇଁ ନିମନ୍ତ୍ରଣ କରାଯାଇଛି। ଅଧ୍ୟକ୍ଷ, କାଉନସିଲର ଓ କର୍ମଚାରୀଙ୍କ ସୁପାରିସ ଓ ଉପସ୍ଥିତିରେ ସଂପାଦନା କରାଯିବ। ବି ଡି ଓ ବାଣପୁର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାର ତତ୍ତ୍ବାବଧାନ କରିବେ। 

Leave a Reply

Your email address will not be published. Required fields are marked *