Thu. Oct 15th, 2026

ଭାରତ ଓ ଚାଇନା ଏକାଠି କାର୍ଯ୍ୟ କଲେ ବିଶ୍ୱ ଲାଭବାନ ହେବ ବୋଲି ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା କହିଛନ୍ତି। ଅଧିକାଂଶ ବୌଦ୍ଧ ଧର୍ମାବଲମ୍ବୀ ବାସ କରୁଥିବା ଚାଇନା ଭାରତର ଅହିଂସା ଏବଂ କରୁଣା ନୀତିକୁ ଆପଣାଇବା ଆବଶ୍ୟକ। ଦୁଇ ଦେଶର ଅଢ଼େଇ ବିଲିୟନ୍‌ ନାଗରିକ ଦୁଇ ଦେଶ ଭିତରେ ଶାନ୍ତି ପ୍ରତିଷ୍ଠା ପାଇଁ ଚାହୁଁଛନ୍ତି।

ଅହିଂସା ଓ କରୁଣାକୁ ଭାରତ ସବୁବେଳେ ଅଗ୍ରାଧିକାର ଦେଇ ଆସୁଥିବା ୮୭ ବର୍ଷୀୟ ଧର୍ମଗୁରୁ ଦଲାଇ ଲାମା ମନୋରମ ଇୟର୍‌ ବୁକ୍‌ ୨୦୨୩ରେ ଉଲ୍ଲେଖ କରିଛନ୍ତି। ବୈଶ୍ୱିକ ଶାନ୍ତି ସ୍ଥାପନ ଛଡ଼ା ଭାରତ ବିଜ୍ଞାନ ଓ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ଲାଭ କରିଥିବା ନୋବେଲ ପୁରସ୍କାର ବିଜେତା ଦଲାଇ ଲାମା କହିଛନ୍ତି।

Leave a Reply

Your email address will not be published. Required fields are marked *