Thu. Oct 15th, 2026


ଚର୍ଚ୍ଚାରେ ସାହାସୀ ଦିବ୳୲ଙ୍ଗ ସତୀଶ ।ଏଭଳି ଜଣେ ବ୍ୟକ୍ତି ଯିଏ ନିଜର ଦୁଇ ଅଙ୍ଗ ହରାଇ ଵି ହାର ମାନିନାହାନ୍ତି l ହଠାତ ଦିନେ ନିଦ ଭାଙ୍ଗିଲା ବେଳକୁ ହସ୍ପିଟାଲ ବେଡ଼ ରେ ହୋସ ଆସିଲା ବେଳକୁ ଉଠି ପାରୁନଥିଲେ । ୨ ସେପ୍ଟେମ୍ବର ୨୦୦୫ ମସିହାରେ ଟ୍ରେନରୁ ଓହ୍ଲାଇଲା ବେଳେ ଗୋଡ ଖସିଯାଇ ତାଙ୍କ ଦୁଇ ଗୋଡ଼ ଚକା ତଳେ ପଡି କଟିଯାଇଥିଲା l ହୋସ ଆସିଲା ବେଳକୁ ସତେ ଯେମିତି ଲାଗିଲା ଯେପରି ଜୀବନରେ ସବୁକିଛି ସରିଗଲା । ତଥାପି ସେ ଧୀରେ ଧୀରେ ନିଜକୁ ନିଜେ ବୁଝାଇ ମନୋବଳକୁ ଦୃଢ କରିଥିଲେ । ପରବର୍ତ୍ତୀ ସମୟରେ କିଛି ବିଦେଶୀ ବନ୍ଧୁଙ୍କ ସହଯୋଗରେ ଲାଗିଥିଲା ଦୁଇଟି କୃତ୍ରିମ ଗୋଡ । ସେବେଠୁ ସଂଘର୍ଷ ଭିତରେ ସାହାସ ମନରେ ଜମାଟ ବାନ୍ଧିଥିଲା । ଏବେ ଏମିତି କିଛି କାମ ପାଇଁ ଜିଲ୍ଲାର ସୀମା ସରହଦ ପାର କରି ରାଜ୍ୟ, ଦେଶ ଓ ଅନ୍ତର୍ଜାତିକ ସ୍ତରରେ ଭିନ୍ନକ୍ଷମ ସତୀଶ ,ସମସ୍ତଙ୍କୁ ଗର୍ବିତ କରିଛନ୍ତି । ରାୟଗଡା ଜିଲ୍ଲାର ଗୌରବ ଜି ସତୀଶ କୁମାର l ମନରେ ସ୍ୱପ୍ନ,ବିଶ୍ୱାସ ଓସାହାସ । କିଛି ନୂଆ ନିଶାରେ ସେ ୨୦୧୬ ମସିହାରେ ବାଇକ ଯୋଗେ ଭାରତ ଭ୍ରମଣରେ ବାହାରି ପଡ଼ିଥିଲେ l ୨୯ଟି ରାଜ୍ୟ ଭ୍ରମଣ କରି ୫ ମାସରେ ୫୦ ହଜାର କିଲୋମିଟର ଭ୍ରମଣ କରି ପ୍ରଥମ ଭିନ୍ନକ୍ଷମ ଭାବେ ୱାର୍ଲ୍ଡ ରେକର୍ଡ଼ କରିଥିଲେ ସତୀଶ । ରାଜ୍ୟ ଓ ଦେଶର ସବୁଆଡୁ ମିଳିଥିଲା ତାଙ୍କୁ ପ୍ରଶଂସା l ୨୦୨୨ ମସିହା କେନ୍ଦ୍ର ସରକାରଙ୍କ ୭୫ ବର୍ଷ ଅଜାଦୀ କା ଅମୃତ ମହୋତ୍ସବ ଦେଶର ପ୍ରତ୍ୟେକ ରାଜ୍ୟରୁ ବାଇକ ରାଇଡ଼ରମାନଙ୍କୁ ଡକାଯାଇଥିଲା। ସେମାନଙ୍କ ମଧ୍ୟରେ ଓଡିଶାରୁ ଥିଲେ ଏକମାତ୍ର ଭିନ୍ନକ୍ଷମ ବାଇକ ରାଇଡ଼ର ଜି ସତୀଶ l ୯ ସେପ୍ଟେମ୍ବର ୨୦୨୨ ଏହି ଭାରତ ଭ୍ରମଣ ଦିଲ୍ଲୀ ରେ ଅମିତ ଶାହାଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା। ଦିଲ୍ଲୀରୁ ଆରମ୍ଭ ହୋଇ ଚଣ୍ଡିଗଡ, ଅମୃତସର, ଶ୍ରୀନଗର, କାର୍ଗିଲ, ଶିମଲା, ବାରଣାସୀ, ଇମ୍ଫାଲ, ଭୁବନେଶ୍ୱର, ଚେନ୍ନାଇ, କୋଏମ୍ବାତୁର, ପୁନେ, ମୁମ୍ବାଇ, ଗାନ୍ଧୀନଗର ହୋଇ ୨୪ ନଭେମ୍ବର ୨୦୨୨ ରେ ପୁଣି ଦିଲ୍ଲୀ ରେ ଶେଷ ହୋଇଥିଲା l
ଏହି ଯାତ୍ରାରେ ଏକ ମାତ୍ର ଭିନ୍ନକ୍ଷମ ବ୍ୟକ୍ତି ଯିଏ କି ସିୟାଚୀନ ବେସ କ୍ୟାମ୍ପ ଯାହାକି ପୃଥିବୀର ସବୁଠାରୁ ଉଚ୍ଚା ଯୁଦ୍ଧ କ୍ଷେତ୍ର ଓ ୫ ଟି ଅନ୍ତର୍ଜାତିକ ବର୍ଡ଼ର (ପାକିସ୍ତାନ, ନେପାଳ, ଭୁଟାନ, ବଙ୍ଗଦେଶ ଓ ଚାଇନା ) ଦେଇ ଯାତ୍ରା କରିଥିଲେ l ଏହା ସହିତ ସେ ଭାରତରେ ୩ ଥର ଭ୍ରମଣ କରି ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ କରିଛନ୍ତି l ନିଜର ଉଚ୍ଚ ମନବଳ, ଦୃଢ଼ ସଂକଳ୍ପ ଦ୍ଵାରା ଭିନ୍ନକ୍ଷମ ହେଲେବି ନିଜକୁ ଅନ୍ତର୍ଜାତୀୟ ସ୍ତର ରେ ପରିଚିତ କରିପାରିଛନ୍ତି l

ରାୟଗଡାରୁ ଅଜିତେଶ ପଟ୍ଟନାୟକ,ଶବ୍ଦ ମିଡିଆ



Leave a Reply

Your email address will not be published. Required fields are marked *