Thu. Oct 15th, 2026

ବାଲୁଗାଁ ନିୟନ୍ତ୍ରିତ ବଜାର କମିଟି ସହଯୋଗରେ ଆରମ୍ଭ ହୋଇଯାଇଛି ଧାନ କିଣା। ଚାଷୀମାନଙ୍କ ଧାନ ବିକ୍ରୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ସମୟରେ ସରକାର ଧାନ କିଣା ପ୍ରକ୍ରିୟା ଆରମ୍ଭ କରି ଚାଷୀ ଭାଈମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଆଜି ବଡହନ୍ତୁଆଡ ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ଧାନ ବିକ୍ରୟ ପ୍ରକିୟା ଆରମ୍ଭ ହୋଇଛି । ଏହି ଧାନ ବିକ୍ରୟ ମଣ୍ଡିର ଉଦଘାଟନ ଦିବସରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ, ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ମିଟୁନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଗୋପିନାଥ ମହାରଣା, ସଭାପତି ମାଧବ ବାରିକ, ଚାଷୀ କମିଟି ସଭ୍ୟ, ସଂପାଦକ ତଥା କ୍ଷୁଦ୍ର ଓ ବୃହତ ଚାଷୀଙ୍କ ଉପସ୍ଥିତିରେ ସରକାରୀ ସ୍ୱୀକୃତିପ୍ରାପ୍ତ ମିଲରମାନେ ଧାନ କିଣିଥିଲେ। ସରକାରଙ୍କ ନୂତନ କ୍ରୟନୀତି ଅନୁସାରେ ଚଳିତ ବର୍ଷ ଯଥାଶୀଘ୍ର ଧାନ କ୍ରୟ ପରିସମାପ୍ତ ହେବାର ସୂଚନା ଅବଗତ କରାଯାଇଥିଲା। ଶୃଙ୍ଖଳିତ ଭାବେ ସହଜରେ ଚାଷୀ ଭାଈମାନେ ଧାନ ବିକ୍ରୟ ସହ ଆଶ୍ୱସ୍ତି ଲାଭ କରିପାରିବେ। ଏହି ପ୍ରକିୟାରେ ନନ୍ଦପୁର, ଭେଟେଶ୍ୱର ଓ ଦେଓଗାଁ ସେବା ସମବାୟ ସମିତିର ଧାନ କ୍ରୟ ଆରମ୍ଭ ହୋଇଯାଇଛି। ବାଣପୁର ବ୍ଲକରେ ବାକିଥିବା ସମବାୟ ସମିତିରେ ଯଥାଶିଘ୍ର କାର୍ଯ୍ୟ ଆରମ୍ଭ ହୋଇଯିବ। ଏଥର ଧାନ କିଣାରେ ସରକାର କଠିନ ପଦକ୍ଷେପ ନେବା ସହ ଚାଷୀଭାଈମାନଙ୍କ ଅସୁବିଧା ନହେବ, ସେଥିପାଇଁ ମିଲର ଓ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।


Leave a Reply

Your email address will not be published. Required fields are marked *