କ୍ରୀଡା ଅଧିକାରୀଙ୍କ ନାମରେ ଆସିଲା ସାଂଘାତିକ ଅଭିଯୋଗ, ରାୟଗଡା ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଶକ୍ତି ଉତ୍ତୋଳକ ଖେଳାଳି ।

ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡା ଜିଲ୍ଲା କ୍ରୀଡା ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଶକ୍ତି ଉତ୍ତୋଳନ ପ୍ରତିଯୋଗୀ । ପ୍ରତିଯୋଗୀମାନେ ଅଭିଯୋଗ କରିଛନ୍ତି ଯେ, ଜିଲ୍ଲାର ତିନି ଶକ୍ତି ଉତ୍ତୋଳନ ଖେଳାଳିଙ୍କ ନାମ ଚଇତି କ୍ରୀଡାର ଶକ୍ତି ଉତ୍ତୋଳନ ବର୍ଗରେ ନାହିଁ । ଏହି ତିନି ଖେଳାଳୀ ହେଉଛନ୍ତି ସଦାଶିବ ତ୍ରିପାଠୀ, ତେଜାବ କୁମାର ସୁନା, ବୃନ୍ଦାବନ ପାଲକା । ଏମାନଙ୍କ ନାମକୁ ଟ୍ରାନସଜେଣ୍ଡର କ୍ୟାଟେଗୋରୀରେ ରଖାଯାଇଥିବା ଅଭିଯୋଗ ହୋଇଛି । ଜଗତଜନନୀ କ୍ଲବ ତଥା ଶକ୍ତି ଉତ୍ତୋଳକମାନେ ଏହି ପ୍ରସଙ୍ଗକୁ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି । ଏହାକୁ ନେଇ ମଧ୍ୟ ଜିଲ୍ଲାରେ ଆଲୋଡନ ସୃଷ୍ଚି ହୋଇଛି । ଜିଲ୍ଲା କ୍ରୀଡା ଅଧିକାରୀ ଖେଳାଳୀ ମାନଙ୍କୁ ପୂର୍ବରୁ ଜାଣିଥିଲେ ମଧ୍ୟ ସେମାନଙ୍କ ନାମକୁ ଟ୍ରାନସଜେଣ୍ଡର କ୍ୟାଟେଗୋରୀରେ ରଖିଲେ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

You May Also Like

More From Author

+ There are no comments

Add yours