ଭାରତରେ ଚିହ୍ନଟ ହେଉଛି କରୋନାର ନୂଆ ଭାରିଆଣ୍ଟ, ଏକ୍ସବିବି.୧.୫ରେ ସଂକ୍ରମିତ ହେଲେଣି ୭ ଜଣ ।

ଶବ୍ଦ ଓଡିଶା ବ୍ୟୁରୋ: ଭାରତରେ ଦ୍ରୁତଗତିରେ କରୋନାର ସଂକ୍ରମଣ ବଢିଚାଲିଛି । ଏକ୍ସବିବି.୧.୫ ଭାରିଆଣ୍ଟର ମାମଲା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଦେଶରେ ଏହି ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୭ ଛୁଇଁଛି । ଭାରତୀୟ- ସାର୍ସ-ସିଓବି-୨ ଜିନୋମିକ୍ସ କଂସୋର୍ଟିୟମର ତଥ୍ୟ ଅନୁସାରେ ଗୁରୁବାର ଏହି ରିପୋର୍ଟ ସାମ୍ନାକୁ ଆସିଛି । ଆମେରିକା କରୋନା ସଂକ୍ରମଣର ନୂଆ ମାମଲା ବୃଦ୍ଧି ହେବାରେ ଲାଗୁଛି । ଓମିକ୍ରନର ସବ ଭାରିଆଣ୍ଟ ଯୋଗୁ ଏହି ସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ ସାତଟି ମାମଲାରୁ ଗୁଜରାଟରେ ୩ଟି, କର୍ଣ୍ଣାଟକ-ତେଲଙ୍ଗାନା-ଛତିଶଗଡ ତଥା ରାଜସ୍ଥାନରେ ଚିହ୍ନଟ ହୋଇଛନ୍ତି ।
କରୋନା ଭୂତାଣୁର ଏକ୍ସବିବି,୧.୫ ଭାରିଆଣ୍ଟ ଓମିକ୍ରନର ଏକ୍ସବିବିର ସବ ଭାରିଆଣ୍ଟ । ସୂଚନା ଅନୁସାରେ ଏହା ଓମିକ୍ରନର ବିଏ.୨.୧୦.୧ ଏବଂ ବିଏ.୨.୭୫ ସବ ଭାରିଆଣ୍ଟର ପୁନଃ ସଂଯୋଜକ । ଆମେରିକାରେ କରୋନା ସଂକ୍ରମଣର ଶିକାର ୪୪ ପ୍ରତିଶତ ଲୋକ ହୋଉଛନ୍ତି । ଏମାନଙ୍କ ମଧ୍ୟରେ ଏକ୍ସବିବି ଏବଂ ଏକ୍ସବିବି .୧.୫ ଭାରିଆଣ୍ଟ ଚିହ୍ନଟ ହେଉଛନ୍ତି ।

You May Also Like

More From Author

+ There are no comments

Add yours