ଅଞ୍ଜଳି ମାମଲାରେ ଷଷ୍ଠ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୋଲିସ, ଗିରଫ ଆଶୁତୋଷ ଚଳାଉଥିଲା ଦୁର୍ଘଟଣା କରାଇଥିବା କାର ।

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀ କାଞ୍ଜିୱାଲା ମାମଲାରେ ପୋଲିସକୁ ମିଳିଛି ଆଉ ଏକ ସପଳତା । ପୋଲିସ ଅଞ୍ଜଳି ମାମଲାରେ ଷଷ୍ଠ ଅଭିଯୁକ୍ତ ଆଶୁତୋଷକୁ ଗିରଫ କରିଛି । ଶୁଣିବାକୁ ମିଲିଛି ଯେ ଯେଉଁ କାରରେ ଅଞ୍ଜଳି ସହ ଦୁର୍ଘଟଣା କରାଯାଇଥିଲା ତାକୁ ଆଶୁତୋଷ ହିଁ ୧୨ କିଲୋମିଟର ଚଳାଇନେଇଥିଲା । କେବଳ ଏତିକି ନୁହେଁ ଅଭିଯୁକ୍ତ ଅମିତ ଆଶୁତୋଷକୁ ଏହି ଗାଡି ଦେଇଥିଲା । ତେବେ ଅମିତ ବର୍ତ୍ତମାନ ମଧ୍ୟ ଫେରାର ରହିଛି । ଅଞ୍ଜଳିଙ୍କ ଶବ ଜାନୁଆରୀ ୧ରେ ସକାଳ ୪ଟା ସମୟରେ ଦିଲ୍ଲୀର କାଞ୍ଜିୱାଲା ଅଞ୍ଜଳରେ ନଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାର କିଛି ଦୂରରେ ହିଁ ଅଞ୍ଜଳିଙ୍କ ସ୍କୁଟିକୁ ପୋଲିସ ଉଦ୍ଧାର କରିଥିଲା । କାର ସହ ଅଞ୍ଜଳିଙ୍କ ଦୁର୍ଘଟଣା ପରେ ତାଙ୍କ ଗୋଡ କାରରେ ଲାଗିରହିଯାଇଥିଲା । ପରେ ଗାଡି ତାଙ୍କୁ ସେହି ଅବସ୍ଥାରେ ହିଁ ୧୨ କିଲେ ମିଟରେ ଘୋଷାଡି ନେଇଥିଲା । ଏହାର କିଛି ସମୟ ପରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ପୋଲିସ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନେ ହେଉଛନ୍ତି ମନୋଜ ମିତ୍ତଲ, ଦୀପକ ଖନ୍ନା, ଅମିତ ଖନ୍ନା.କୃଷ୍ଣ ଏବଂ ମିଥୁନ । ଷଷ୍ଠ ଅଭିଯୁକ୍ତ ଭାବେ ପୋଲିସ ଆଶୁତୋଷକୁ ଗିରଫ କରିଛି । ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ମଧ୍ୟ ଜବତ କରିଛି ।

You May Also Like

More From Author

+ There are no comments

Add yours