Thu. Oct 15th, 2026

ଓଡ଼ିଶାରେ ୫ଜି ସେବା ଶୁଭାରମ୍ଭ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ର‌ଦ୍ୟୋଗିକୀ ଏବଂ ଦୂରସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଛନ୍ତି।
ଦୁହେଁ ଓଡ଼ିଶାରେ ୫ଜି ଟେଲିକମ୍ ସେବାର ଶୁଭାରମ୍ଭ କରିଛନ୍ତ। ଟ୍ୱିନସିଟି ସହ ରାଜ୍ୟର କିଛି ସହରରେ ଏହି ୫ଜି ଉପଲବ୍ଧ ହୋଇଛି ।

ଓଡ଼ିଶାରେ ୫-ଜି ସେବା ଆରମ୍ଭ କରିବା ପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ପକ୍ଷରୁ ୫୧୦ଟି ବିଟିଏସ୍ ବିଭିନ୍ନ ସହରରେ ସ୍ଥାପନ କରାଯାଇଛି।ଭୁବନେଶ୍ବର, କଟକ ସମେତ ରାଜ୍ୟ ଆଉ କିଛି ସହରର କିଛି ଅଞ୍ଚଳରେ ଏହି ୫ଜି ସେବା ଉପଲବ୍ଧ ହେବ। ଏହାକୁ କେବଳ ୫-ଜି ମୋବାଇଲ୍ ଥିବା ଉପଭୋକ୍ତା ବ୍ୟବହାର କରିପାରିବେ। ହେଲେ ୫ଜି ସେବା ଆରମ୍ଭ ହେଲେ କେଉଁ ସହରର କେତେ ଅଞ୍ଚଳରେ ଏହା ଉପଲବ୍ଧ ହେବ, ଉପଭୋକ୍ତାଙ୍କୁ କେତେ ସ୍ପିଡରେ ବ୍ରାଉଜିଂ ସୁବିଧା ମିଳିବ, ସେନେଇ କୌଣସି ଟେଲିକମ୍ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇନି।୪ଜି ଅପେକ୍ଷା ୧୦ ଗୁଣା ହାଇସ୍ପିଡ୍‌ ଚାଲିବ ୫-ଜି ଇଣ୍ଟରନେଟ୍‌ । ୫-ଜି ସେବା ଯୋଗୁଁ ଓଡ଼ିଶାର ଗ୍ରାମାଞ୍ଚଳରେ ଅନଲାଇନ ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ, ବ୍ୟାଙ୍କିଂ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ସୁଦ୍ଧା ୫୧୦ଟି ବିଟିଏସ୍‌ (ବୋର୍ଡ ଟ୍ରାନ୍ସିଭର ଷ୍ଟେସନ) ଲଗାଯାଇଛି । ଇଣ୍ଟରନେଟ ଦୁନିଆରେ ବୈପ୍ଲବିକ ପରିବର୍ତ୍ତନ ଆଣୁଥିବା ୫ଜି ନେଟୱର୍କ ଏବେ ଓଡ଼ିଶାବାସୀଙ୍କ ପାଇଁ ଅନେକ ସୁବିଧା ଆଣିଦେବ ବୋଲି ଆଶା କରାଯାଉଛି । ଏବେ ଆଖି ପିଛୁଳାକେ ଡାଉନଲୋଡିଂ, ଆଉ ବିଜୁଳି ବେଗରେ ସର୍ପିଂ ହେବ। ଏହାଫଳରେ ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ ଓ ବ୍ୟାଙ୍କିଂ ‌ଆଦି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *