ଶୀତରେ ଥରୁଛି ଦିଲ୍ଲୀ, ୩ ଡିଗ୍ରୀ ତଳକୁ ଖସିଲା ପାରଦ – ୪୮ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ।

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀ-ଏନସିଆରରେ ଜାରି ରହିଛି ଶୀତ ଲହରୀ । ଘନ କୁହୁଡି ଯୋଗୁ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି । ଗୁରୁବାର ସକାଳୁ ଥଣ୍ଡା ଅନେକ ରେକର୍ଡ ଭାଙ୍ଗିଦେଇଛି । ସ୍ଥିତି ଏଭଳି ଯେ ତାପମାତ୍ରା ୩ ଡିଗ୍ରୀ ରେକର୍ଡ ହୋଇଛି । ବର୍ଷର ସବୁଠାରୁ ଥଣ୍ଡା ଦିନ ଭାବେ ଗୁରୁବାର ପରିଗଣିତ ହୋଇଛି । ଗତ ଦୁଇ ବର୍ଷର ରେକର୍ଡକୁ ଆଜିର ଶୀତ ଭାଙ୍ଗିଛି । ଏହା ପୂର୍ବରୁ ୨୦୨୧ରେ ସବୁଠାରୁ କମ ତାପମାତ୍ରା ୧.୧ ଡିଗ୍ରୀ ରେକର୍ଡ ହୋଇଥିଲା ।
ପାଣିପାଗ ବିଭାଗର ସୂଚନା ଅନୁସାରେ ସବଦରଜଙ୍ଗରେ ସବୁଠାରୁ କମ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଦିଲ୍ଲୀରେ ଏହା ଆଜିର ଦିନର ସବୁଠାରୁ କମ ତାପମାତ୍ରା । ସେହିଭଳି ଲୋଧି ରୋଡରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହୋଇଛି । ଥଣ୍ଡାକୁ ନେଇ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରିକରିଛି । ଆଗାମୀ ୨ ଦିନ ପାଇଁ ମଧ୍ୟ ସତର୍କ ରଖିବାକୁ ପରାମର୍ଶ ଦିଆଯାଇଛି । ବଢୁଥିବା ଥଣ୍ଡା ଭିତରେ ରାତିରେ ଘରୁ ବାହାରକୁ ବାହାରିବା ମଧ୍ୟ ଚିନ୍ତାର କାରଣ ପାଲଟିଛି ।

You May Also Like

More From Author

+ There are no comments

Add yours