ଇନ୍ଦୋର: ପାହାଡ଼ ଉପରେ ଛିଡ଼ା ହୋଇ ସେଲ୍ଫି ନେଉ ଥିବାବେଳେ ଜଣେ ୩୦ ବର୍ଷୀୟ ମହିଳା ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶ ଇନ୍ଦୋର ସହରରେ ଗତକାଲି ଏହି ଅଘଟଣ ଘଟିଛି। ମୃତ ମହିଳାଙ୍କ ନାଁ ନିତୁ ମହେଶ୍ୱରୀ।ସୂଚନା ଅନୁସାରେ, ନିତୁ ପରିବାର ସହ ଇନ୍ଦୋରରୁ ୫୫ କି.ମି. ଦୂରରେ ଥିବା ଜାମ୍ ଗେଟ୍ ଅଞ୍ଚଳକୁ ପିକ୍ନିକ୍ ପାଇଁ ଯାଇଥିଲେ। ଏହି ସମୟରେ ସେ ପାହାଡ଼ ଉପରେ ଚଢ଼ି ସେଲ୍ଫି ନେଉ ଥିବାବେଳେ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।