ପାକ ହାଇ କମିଶନଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ:  ପାକ୍ ହାଇକମିଶନଙ୍କୁ ସମନ୍ କରିଛି ଭାରତ। ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ। ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀର ସୀମାନ୍ତ ଉରି ଓ ଗୁରେଜ୍ ସେରରେ ପାକିସ୍ତାନ ପଟୁ ଲଗାତର ଅସ୍ତ୍ରବିରତ ଉଲ୍ଲଂଘନ କରାଯାଉଥିବାରୁ ପାକ୍ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ ।

ଶୁକ୍ରବାର ସୀମାରେ ଦୁଇ ଦେଶ ଯବାନଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଘଟିଥିଲା ଏଥିରେ ପାକିସ୍ତାନର ୮ ଯବାନ ନିହତ ହୋଇଥିଲେ । ଉଭୟ ପଟୁ ଜୀବନହାନି ଘଟିଥିଲା । ଭାରତ ସୀମାରେ ସାଧାରଣ ନାଗରିକଙ୍କୁ ପାକ୍ ସେନା ଟାର୍ଗେଟ୍ କରୁଥିବାରୁ ଏହାକୁ ଲଗାତର ନିନ୍ଦା କରି ଆସୁଛି ଭାରତୀୟ ବୈଦେଶିକ ବିଭାଗ । ପର୍ବପର୍ବାଣୀ ସମୟରେ ଧନଜୀବନ ନଷ୍ଟ କରିବା ସହ ଦେଶର ଶାନ୍ତିରେ ବ୍ୟାଘାତ ସୃଷ୍ଟି କରୁଛି ପାକିସ୍ତାନ।

ଏଭଳି ସ୍ଥିତିରେ ଶାନ୍ତି ବଜାୟ ରଖିବା ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତିକୁ ନେଇ ପାକିସ୍ତାନକୁ ମନେ ପକାଇ ଦେଇଛି ଭାରତ ।

ଶୁକ୍ରବାର ଜାମ୍ମୁ-କାଶ୍ମୀରରେ ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାପରେ  ଭାରତୀୟ ଯବାନଙ୍କ ପ୍ରତି ଆକ୍ରମଣରେ ଅତି କମରେ ୮ଜଣ ପାକିସ୍ତାନୀ ସେନା  ନିହତ ହୋଇଥିଲେ । ଏହା ସୀମାନ୍ତରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା।

ଏହା ଘଟଣା ପରେ ପାକିସ୍ତାନ ପକ୍ଷରୁ ଲଗାତାର ଗୁଳିମାଡ କରାଯାଇଥିଲା। ପାକିସ୍ତାନର ଗୁଳିମାଡରେ ଭାରତର ୩ ଜଣ ଯବାନଙ୍କ ସମେତ ଜଣେ ଅଧିକାରୀ ସହିଦ ହୋଇଛନ୍ତି। ଏ ନେଇ ଭାରତୀୟ ସେନା ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି। ସେତିକି ନୁହେଁ, ପାକ ସେନା ନୀରିହ ଲୋକଙ୍କୁ ଟାର୍ଗେଟ କରୁଥିବା ଭାରତୀୟ ସେନା ପକ୍ଷରୁ କୁହଯାଇଛି

You May Also Like

More From Author

+ There are no comments

Add yours