Wed. Oct 14th, 2026

ରାୟପୁର: ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ୍ ମାଡ଼। କଥାଟି ଶୁଣି ଆଶ୍ଚଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଏହି ଚାବୁକ ମାଡ଼ ଖାଇବାକୁ ପଡ଼ିଛି। ତେବେ ଦୋଷ କରି ନୁହେଁ ବରଂ ସମସ୍ତଙ୍କ ମଙ୍ଗଳ କାମନା କରି ବଘେଲଙ୍କୁ ଚାବୁକ ମାଡ଼ ଖାଇବାକୁ ପଡ଼ିଛି। ଗୋବର୍ଦ୍ଧନ ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ପରି ଏବର୍ଷ ମର୍ଧ୍ୟ ଦୁର୍ଗ ଜିଲ୍ଲାର ଜଂଜଗିରି ଗାଁରେ ପହଞ୍ଚି ଗୋମାତାଙ୍କୁ ପୂଜା କରିବା ସହ ଖାଇବାକୁ ଦେଇଥିଲେ। ଏହାପରେ ସମସ୍ତଙ୍କ ମଙ୍ଗଳ କାମନା ପାଇଁ ଚାବୁକ ପ୍ରହାର ଖାଇବାର ପରମ୍ପରା ପାଳନ କରିଥିଲେ।

ପରମ୍ପରା ଅନୁସାରେ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକରେ ମାରିଥିଲେ। ପୂର୍ବରୁ ଭରୋସା ଠାକୁର ଚାବୁକ ମାଡ କରୁଥିବା ବେଳେ ଏବର୍ଷ ତାଙ୍କ ମୃତ୍ୟୁ ଯୋଗୁଁ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ଼ ଦେଇଥିଲେ। ପରମ୍ପରା ପାଳନ କରି ସାରିବା ପରେ ଏହା ସମସ୍ତଙ୍କ ମଙ୍ଗଳ ପାଇଁ କରାଯାଏ ବୋଲି ବଘେଲ କହିଥିଲେ। ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କରୋନା ନିୟମ ପାଳନ କରିବା ସହିତ ସହିତ ମାସ୍କ ପିନ୍ଧିବାକୁ ମଧ୍ୟ କହିଥିଲେ। ଏହି ଭିଡ଼ିଓକୁ ଟ୍ୱିଟରରେ ସେୟାର କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *