Wed. Oct 14th, 2026

ଗାଙ୍ଗୁଲିଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର। ଖୁବଶୀଘ୍ର ଦାୟିତ୍ୱରୁ ଓହରି ଯିବେ ସୌରଭ । ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ସପ୍ତାହରେ ବୋର୍ଡରୁ ବିଦାୟ ଦେଇପାରନ୍ତି। ଗାଙ୍ଗୁଲି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତେବେ ନିକଟରେ ବରିଷ୍ଠ ଅଧିକାରୀଙ୍କ ଏକ ରାଉଣ୍ଡ ବୈଠକ ଅନୁଷ୍ଠିତ ହୋଇଛି,ଯେଉଁଥିରେ ପରବର୍ତ୍ତୀ ନିର୍ବାଚନ ଉପରେ ଆଲୋଚନା କରାଯାଇଥିଲା। ତେବେ ଆସନ୍ତା ସପ୍ତାହରେ ଦିଲ୍ଲୀରେ ପରବର୍ତ୍ତୀ ବୈଠକ ହେବ ବୋଲି ଆଶା କରାଯାଉଛି। ଉକ୍ତ ବୈଠକରେ ଆସନ୍ତା ବିସିସିଆଇ ନିର୍ବାଚନ ରାଜ୍ୟ ସଙ୍ଗଠନମାନେ ସେମାନଙ୍କ ମତାମତ ରଖିବେ।

୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିବା ପୂର୍ବତନ ଅଲରାଉଣ୍ଡର ରୋଜର ବିନି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବା ଲାଗି ସବୁଠାରୁ ବଡ ଦାବିଦାର ବୋଲି ବିବେଚନା କରାଯାଉଛି। ଜୟ ଶାହା ବିସିସିଆଇ ସଚିବ ଭାବରେ କାର୍ଯ୍ୟ କରିବେ। ନିକଟରେ ସୁପ୍ରିମକୋର୍ଟରୁ ଗାଙ୍ଗୁଲି ଏବଂ ଶାହାଙ୍କୁ ସେମାନଙ୍କ କାର୍ଯ୍ୟାଳୟର ଦାୟିତ୍ୱ ଜାରି ରଖିବାକୁ ଅନୁମତି ମିଳିଥିଲା। ଏପରିକି ଭାରତୀୟ ବୋର୍ଡକୁ ମଧ୍ୟ ଏହାର ସମ୍ବିଧାନରେ ସଂଶୋଧନ କରିବାକୁ ଅନୁମତି ଦିଆଯାଇଥିଲା। ବିସିସିଆଇ ଏବେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଚିବ, ଯୁଗ୍ମ ସଚିବ ଏବଂ କୋଷାଧ୍ୟକ୍ଷଙ୍କ ପାଇଁ ନିର୍ବାଚନ କରିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *