ରାସନ କାର୍ଡରେ ଯୋଡ଼ନ୍ତୁ ନୂଆ ସଦସ୍ୟଙ୍କ ନାଁ; ଜାଣନ୍ତୁ ଏହି ପ୍ରକ୍ରିୟା ବିଷୟରେ


ରାସନ କାର୍ଡକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା। ବିବାହ ପରେ ଘରର ନୂଆ ସଦସ୍ଯଙ୍କ ନାଁ କାର୍ଡରେ ଯୋଡ଼ି ହୋଇନଥିଲେ, ତା’କୁ କରିବା ଉଚିତ। ଏଥି ପାଇଁ ଆବଶ୳କ ନିୟମାବଳୀକୁ ଆପଣେଇବାକୁ ହେବ।

ନୂତନ ସଦସ୍ୟ ନାମ କିପରି ଯୋଡିବେ:-

-ଯଦି ଆପଣ ବିବାହିତ, ତେବେ ସର୍ବପ୍ରଥମେ ଆଧାର କାର୍ଡରେ ଅପଡେଟ୍ କରନ୍ତୁ ।
-ଏଥିପାଇଁ ମହିଳା ସଦସ୍ୟଙ୍କ ଆଧାର କାର୍ଡରେ ପିତାଙ୍କ ବଦଳରେ ସ୍ୱାମୀଙ୍କ ନାମ ଲେଖିବାକୁ ପଡ଼ିବ ।
-ଯଦି ପରିବାରରେ ଏକ ଶିଶୁ ଜନ୍ମ ହୁଏ, ତା’ହେଲେ ତାଙ୍କ ନାମ ଯୋଡିବା ପାଇଁ ପିତାଙ୍କ ନାମ ଆବଶ୍ୟକ ।
-ଏହା ସହିତ ଠିକଣାକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ ।
-ଆଧାର ଅପଡେଟ୍ ହେବା ପରେ ସଂଶୋଧିତ ଆଧାର କାର୍ଡର ଏକ କପି ସହିତ ଖାଦ୍ୟ ବିଭାଗ ଅଧିକାରୀଙ୍କୁ ରାସନ କାର୍ଡରେ ନାମ ଯୋଡିବାକୁ ଏକ ଆବେଦନ କରନ୍ତୁ ।

ଅନଲାଇନରେ ମଧ୍ୟ ହୋଇପାରିବ ଆବେଦନ :-

– ଆଧାର କାର୍ଡର ପ୍ରକ୍ରିୟା ସାରିବା ପରେ, ଆବେଦନ କାର୍ଯ୍ୟାଳୟକୁ ଯାଇ ଏହାକୁ ଦାଖଲ କରନ୍ତୁ ।
-ଘରେ ବସି ନୂଆ ସଦସ୍ୟଙ୍କ ନାମ ଯୋଡିବାକୁ ଆପଣ ଆବେଦନ କରିପାରିବେ ।
-ଏଥିପାଇଁ ଆପଣ ପ୍ରଥମେ ନିଜ ରାଜ୍ୟର ଖାଦ୍ୟ ଯୋଗାଣ ବିଭାଗର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ ।
-ଯଦି ଆପଣଙ୍କର ରାଜ୍ୟରେ ଅନଲାଇନ ସଦସ୍ୟଙ୍କ ନାମ ଯୋଡିବାର ସୁବିଧା ଅଛି, ତେବେ ଆପଣ ଘରେ ବସି ଏହି କାମ କରିପାରିବେ ।
-ବାସ୍ତବରେ ଅନେକ ରାଜ୍ୟ ପୋର୍ଟାଲରେ ଏହି ସୁବିଧା ଦେଇଥିବାବେଳେ ଅନେକ ରାଜ୍ୟରେ ଏହି ସୁବିଧା ଆରମ୍ଭ ହୋଇନାହିଁ ।

ପିଲାମାନଙ୍କ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍ :-

-ଯଦି ରାସନ କାର୍ଡରେ ଏକ ଶିଶୁର ନାମ ଯୋଡିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ତାଙ୍କର ଏକ ଆଧାର ତିଆରି କରନ୍ତୁ ।
-ଏଥିପାଇଁ ଆପଣଙ୍କୁ ଶିଶୁର ଜନ୍ମ ପ୍ରମାଣପତ୍ର ମଧ୍ୟ ଆବଶ୍ୟକ ହେବ ।
-ଏହା ପରେ, ଆଧାର କାର୍ଡ ସହିତ ଆପଣ ପିଲାଙ୍କ ନାମକୁ ରାସନ କାର୍ଡରେ ପଞ୍ଜିକରଣ କରିବାକୁ ଆବେଦନ କରିପାରିବେ

You May Also Like

More From Author

+ There are no comments

Add yours