Wed. Oct 14th, 2026


ଭାରତୀୟ ଯେଉଠିଁ ବି ରହିଲେ ଦେଶର ଗାରିମାକୁ ଗୁରୁତ୍ବ ଦେଇଥାଏ। ଯାହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ଋଷି ସୁନକ। କିଛି ଦିନ ପୂର୍ବରୁ ତାଙ୍କୁ ଜନ୍ମାଷ୍ଟମୀ ପାଳନ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବର୍ତ୍ତମାନ ମଧ୍ୟ ସେ ଏପରି କିଛି କହିଛନ୍ତି ଯାହା ଭାରତ ସହ ବ୍ରିଟେନର ସମ୍ପର୍କକୁ ଆହୁରି ମଜଭୁତ କରିବ।

ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପଛରେ ପଡିଥାଇ ପାରନ୍ତି, କିନ୍ତୁ ସେ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମ୍ପର୍କରେ ପରିବର୍ତ୍ତନ ଦେଖିବାକୁ ଚାହୁଁଛନ୍ତି। ଉତ୍ତର ଲଣ୍ଡନରେ କଞ୍ଜରଭେଟିଭ୍‌ ଫ୍ରେଣ୍ଡସ ଅଫ ଇଣ୍ଡିଆ (ସିଏଫ୍‌ଆଇଏ) ପ୍ରବାସୀ ସଂଗଠନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୁନକ ହିନ୍ଦୀରେ କହିଥିଲେ, ତୁମେ ସମସ୍ତେ ମୋର ପରିବାର।

ଆମେ ଜାଣୁ ଯେ ବ୍ରିଟେନ-ଭାରତ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମ୍ପର୍କ ଦ୍ୱିପାକ୍ଷିକ ହେବା ଆବଶ୍ୟକ। ଏହା ବ୍ରିଟେନର ଛାତ୍ର ଏବଂ କମ୍ପାନୀଗୁଡିକ ଭାରତକୁ ସହଜରେ ପ୍ରବେଶ କରିବାକୁ ଅନୁମତି ଦେବ। ସୁନକ ଚାଇନା ସମ୍ବନ୍ଧରେ ନିଜର ଆଭିମୁଖ୍ୟ ଦୋହରାଇଛନ୍ତି। ସେ କହିଛନ୍ତି, ଚାଇନା ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ଆମର ଅର୍ଥନୈତିକ ତଥା ଜାତୀୟ ସୁରକ୍ଷା ପାଇଁ ସବୁଠାରୁ ବଡ ବିପଦକୁ ପ୍ରତିପାଦିତ କରୁଛନ୍ତି। ତୁମର ପ୍ରଧାନମନ୍ତ୍ରୀ ଭାବରେ ମୁଁ, ତୁମ ପରିବାର ଏବଂ ମୋ ଦେଶକୁ ସୁରକ୍ଷିତ ରଖିବା ପାଇଁ ଯାହା ଆବଶ୍ୟକ, ମୁଁ ତାହା କରିବି। କାରଣ ଏହା ଜଣେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କର୍ତ୍ତବ୍ୟ । ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀଙ୍କ ନାମ ସେପ୍ଟେମ୍ବର ୫ରେ ଘୋଷଣା କରାଯିବ। ଭାରତରେ ଜନ୍ମିତ ଋଷି ସୁନକଙ୍କ ବ୍ୟତୀତ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଅଛନ୍ତି।


Leave a Reply

Your email address will not be published. Required fields are marked *