ବିଜେବି କଲେଜ ଇଟିସି ବିଭାଗର କ୍ଯାମ୍ପସ ନିଯୁକ୍ତି ରେ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର ବିଜେବି କଲେଜର ଇଣ୍ଟିଗ୍ରେଟେଡ୍ ଏମଏସସି ଇଲୋକ୍ଟ୍ରୋନିକ୍ସ ଓ ଟେଲିକମ୍ଯୁନିକେସନ (ଇଟିସି) ବିଭାଗରେ କ୍ଯାମ୍ପସ ନିଯୁକ୍ତି ପ୍ରକିୟା ବିଭିନ୍ନ କମ୍ପାନୀ ଦ୍ବାରା ସମ୍ପାଦନ ହୋଇଅଛି। ଏଥିରେ ହାଇଦ୍ରାବାଦ ଓ ଭୁବନେଶ୍ବରସ୍ଥିତ ଇଲୋକ୍ଟ୍ରୋନିକ୍ସ କମ୍ପାନୀମାନେ ଯଥା, ଆସିକଜେନ ଇଲୋକ୍ଟ୍ରୋନିକ୍ସ, ଇପସମ ଲ୍ଯାବ, ମେରିଟେକ, ସାକ୍ ରୋବୋଟିକ ଓ ଆଇଟି କମ୍ପାନୀମାନେ ଯଥା ସିଏସଏମ ସଫ୍ଟୱାର, ଜିଭି ଆଇଟି, ଡେଲଏଟ, କ୍ଯାପଜେମିନି, ଟିସିଏସ ଓ ୱିପ୍ରୋ ଭଳି ଖ୍ଯାତନାମା କମ୍ପାନୀମାନେ ବିଭିନ୍ନ ପର୍ଯ୍ଯାୟରେ ପରୀକ୍ଷା କରି ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି କୋର୍ସରେ ଅଧ୍ଯୟନ କରି ଛାତ୍ରଛାତ୍ରୀମାନେ ସଫଳତା ପାଇପାରିଛନ୍ତି ବୋଲି କଲେଜ ଅଧ୍ଯକ୍ଷ, ଅଧ୍ଯାପକ ଓ ଅଭିଭାବକ ଖୁସି ବ୍ଯକ୍ତ କରିଛନ୍ତି । ଏହା ସହ ଆଗାମୀ ଦିନରେ ଅଧିକରୁ ଅଧିକ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଆଶା ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଲେଜର ଅଧ୍ୟକ୍ଷ ଡ଼ଃ ନିରଞ୍ଜନ ମିଶ୍ର ସଫଳତା ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ବଳମୟ ଭବିଷ୍ୟତର କାମନା କରିଛନ୍ତି।

You May Also Like

More From Author

+ There are no comments

Add yours