ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଯଶୋଦା ମାଆ ଫାଉଣ୍ଡେସନ ତରଫରୁ ବର୍ଣ୍ଣୋବୋଧ ପାଠଶାଳାର କୁନିକୁନି ପିଲାମାନଙ୍କୁ ନେଇ ନୀଳାଦ୍ରିବିହାରସ୍ଥିତ ସୋମନାଥ ବସ୍ତି,ପଣ୍ଡାପାର୍କ ବସ୍ତି ଓ ସୀତାନାଥ ବସ୍ତିରେ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ବିଜୁ ଜନତା ଦଳର ଆଗଧାଡିର ନେତ୍ରୀ ଶ୍ରୀମତୀ ଶ୍ରୀମୟୀ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ Sivansi foundation one step for smile ଅନୁଷ୍ଠାନ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଆହୁରି ଉତ୍ସବ ମୁଖର କରିଥିଲେ । ବର୍ଣ୍ଣୋବୋଧ ପାଠଶାଳାର ଗୁରୁମା ଶ୍ରୀମତୀ ରଞ୍ଜୁବାଳା ଲେଙ୍କା ଓ ଛବିତା ନାୟକ କାର୍ଯ୍ୟକ୍ରମ କୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ।ବର୍ଣ୍ଣୋବୋଧ ପାଠଶାଳାର ପିଲାମାନଙ୍କୁ ଚିତ୍ରାଙ୍କନ ଶିକ୍ଷା ଦେବାପାଇଁ ସ୍ବଇଚ୍ଛାରେ ଆଗେଇ ଆସିଥିବା ଯଶୋଦା ମାଆ ପରିବାରର ସଦସ୍ଯା ଆୟେସା ରାୟଙ୍କୁ ଫୁଲୋତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କୁନିକୁନି ପିଲାଙ୍କ ନାଚଗୀତ ସମସ୍ତଙ୍କୁ ମନ୍ତମୁଗ୍ଧ କରିଦେଇଥିଲା । ଶ୍ରୀମୟୀ ମିଶ୍ର ପିଲାଙ୍କ ଦକ୍ଷତା କୁ ଭୂରିଭୂରି ପ୍ରଶଂସା କରିଥିଲେ। କୁନିକୁନି ପିଲାମାନଙ୍କୁ ଡ୍ରଇଁ ଖାତା,ପେନସିଲ୍,ରଙ୍ଗ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଯଶୋଦା ମାଆ ଫାଉଣ୍ଡେସନର କର୍ମକର୍ତ୍ତା ଶ୍ରୀମତୀ ନିବେଦିତା ଲେଙ୍କା ବର୍ଣ୍ଣୋବୋଧ ପାଠଶାଳାକୁ ଆହୁରି ବ୍ଯାପକ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିବା ସହ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।