ଏୟାରଟେଲ ଆଣିବ ୫ଜି ସେବା

ଦେଶରେ ଖୁବ ଶୀଘ୍ର ଆରମ୍ଭ ହେବ ୫ଜି ସେବା । ଏଥି ପାଇଁ ଟେଲିକମ କଂପାନୀଗୁଡ଼ିକ ଜୋରସୋରରେ କାମରେ ଲାଗିପଡ଼ିଛନ୍ତି। ଯୁବପିଢ଼ି ମଧ୍ୟ ୫ଜି ସେବାକୁ ନେଇ ଦୀର୍ଘ ଦିନରୁ ଅପେକ୍ଷା କରିଛନ୍ତି । କୁହାଯାଉଛି ଯେ, ବହୁପ୍ରତିକ୍ଷୀତ ଏହି ସେବା ଆରମ୍ଭ ହୋଇଯିବା ମାତ୍ରେ ଇଣ୍ଟରନେଟ ଜନିତ କାମ ଖୁବ ଶୀଘ୍ର କରାଯାଇପାରିବ । ଟେଲିକମ ଅପରେଟର ଏୟାରଟେଲ ଚଳିତ ମାସରେ ୫ଜି ସେବା ଆରମ୍ଭ କରିପାରେ। ପୂର୍ବରୁ କଂପାନୀ ପକ୍ଷରୁ କୁହାଯାଇଥିଲା ଯେ, ୫ଜି ସେବା ଅଗଷ୍ଟ ମାସରେ ଶୁଭାରମ୍ଭ ହେବ ।

ଯଦି ଏୟାରଟେଲ ୫ଜି ସେବା ଆରମ୍ଭ କରିଦିଏ, ତାହେଲେ ଯୁବପିଢ଼ି ସର୍ବାଧିକ ଖୁସି ହେବେ । ଏୟାରଟେଲ ସ୍ପେକ୍ଟ୍ରମ ପାଇଁ ପାଖାପାଖି ୪୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି । ଏୟାରଟେଲ ୫ଜି ସର୍ଭିସ ଶୁଭାରମ୍ଭର ତାରିଖ ଘୋଷଣା କରିନାହିଁ । କିନ୍ତୁ କଂପାନୀର ସିଇଓ ଗୋପାଳ ଭିଟ୍ଟାଲ ପୂର୍ବରୁ କହିଥିଲେ ଯେ, ଅଗଷ୍ଟ ମାସରେ ୫ଜି ସେବା ଆରମ୍ଭ ହେବ ।

ଏୟାରଟେଲର ୫ଜି ସେବା ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଟାୟର-୨ ଓ ଟାୟାର-୩ ସହରରେ ଶୁଭାରମ୍ଭ ହୋଇଯିବ । ପୂରା ଭାରତରେ ଏୟାରଟେଲର ୫ଜି ସେବା ପାଇଁ ୨୦୨୪ ପର୍ଯ୍ୟନ୍ତ ଅପେକ୍ଷା କରାଯାଇପାରେ । ତାଜା ରିପୋର୍ଟ ଅନୁସାରେ ଏୟାରଟେଲ ୫ଜି ସେବା ଦିଲ୍ଲୀ, ଗାନ୍ଧୀନଗର, ବେଙ୍ଗାଲୁରୁ, ଗୁରୁଗ୍ରାମ, ଚଣ୍ଡୀଗଡ଼, ହାଇଦ୍ରାବାଦ, ଜାମନଗର, ଅହମଦାବାଦ, ଚେନ୍ନାଇ, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେରେ ପ୍ରଥମେ ଶୁଭାରମ୍ଭ ହେବ ।

You May Also Like

More From Author

+ There are no comments

Add yours