
ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିବା ଅନେକ ଝିଅର ସ୍ୱପ୍ନ। ଏହି ମୁକୁଟକୁ ହାତେଇବା ପାଇଁ ଦେଶର ଅନେକ ସୁନ୍ଦରୀମାନେ ପ୍ରତିଯୋଗୀତାରେ ସାମିଲ୍ ହୋଇଥାଆନ୍ତି। କିନ୍ତୁ ଏପରି ଏକ ସମୟ ଆସେ ଯେବେ ବୟସ ଆଗରେ ହାର ମାନିଯାଏ ଇଚ୍ଛା। ଏପରି ପରିସ୍ଥିତିରେ, ବିବାହ ପରେ ମଧ୍ୟ ଏହି ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଥିବା ମହିଳାମାନଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ ଏହାର ନିୟମ ପରିବର୍ତ୍ତନ କରାଯାଉଛି। ବ୍ୱିଟି ପେଜାଣ୍ଟ ପାଇଁ ମହିଳାମାନଙ୍କ ପାଇଁ ବାଧା ସାଜିବନି ବିବାହ ଓ ସନ୍ତାନ। ପାଜେଣ୍ଟ ରିପୋର୍ଟ ଅନୁଯାୟୀ, ମିସ୍ ୟୁନିଭର୍ସ ୨୦୨୩ ଏହାର ୭୦ବର୍ଷ ପୁରୁଣା ନିୟମ ପରିବର୍ତ୍ତନ କରୁଛି । ତାହା ହେଉଛି, ବର୍ତ୍ତମାନ ବିବାହିତ ମହିଳାମାନେ ମଧ୍ୟ ଏହି ବ୍ୟୁିଟି ପେଜାଣ୍ଟରେ ସାମିଲ୍ ହୋଇପାରିବେ।
ମିସ୍ ୟୁନିଭର୍ସର ଏହି ନୂତନ ପରିବର୍ତ୍ତନକୁ ନେଇ ଲୋକମାନେ ବହୁତ ଖୁସି ଅଛନ୍ତି। ୨୦୨୦ର ମିସ୍ ୟୁନିଭର୍ସ ମୁକୁଟ ଜିତିଥିବା ମେକ୍ସିକୋର ଆଣ୍ଡ୍ରିଆ ମେଜା ମଧ୍ୟ ଏହି ପରିବର୍ତ୍ତନକୁ ପ୍ରଶଂସା କରିଛନ୍ତି। ଏହି ନିଷ୍ପତ୍ତିକୁ ସମର୍ଥନ କରି ସେ କହିଛନ୍ତି ଯେ ଏହି ନିଷ୍ପତ୍ତିରେ ମୁଁ ବ୍ୟକ୍ତିଗତ ଭାବେ ବହୁତ ଖୁସି, ପୂର୍ବରୁ କେବଳ ପୁରୁଷମାନଙ୍କର ଏପରି ପଦବୀ ଅଧିକାର ଥିଲା, କିନ୍ତୁ ବର୍ତ୍ତମାନ ଏହି ନିୟମକୁ ପରିବର୍ତ୍ତନ କରିବାର ସମୟ ଆସିଛି।