କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ନମ୍ବର ୱାନ

କନ୍ଦମୂଳ ଉତ୍ପାଦନରେ ଓଡିଶା ନଂ 1 । ବିଧାନସଭାର ଶୂନ୍ୟକାଳରେ ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ରାଜ୍ୟର ବିଭିନ୍ନ ପନିପରିବା ଏବଂ ଫଳମୂଳର ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଗୃହରେ ସରଗରମ ଆଲୋଚନା ହୋଇଛି । ପରିବା ବିକ୍ରି ନେଇ ବଜାର ନଥିବା ବିରୋଧୀ ଅଭିଯୋଗ କରିଛନ୍ତି । କୃଷିମନ୍ତ୍ରୀ ଗୃହରେ କହିଛନ୍ତି ଯେ, ”କନ୍ଦମୂଳ ଉତ୍ପାଦନରେ ଓଡିଶା ଏକ ନଂ ସ୍ଥାନ ଅଧିକାର କରିଛି । ସେହିପରି ବାଇଗଣ ଓ ବନ୍ଧା କୋବିରେ ଦ୍ବିତୀୟ, ଭେଣ୍ଡି, ବିଲାତି ବାଇଗଣ ଓ ତରଭୁଜ ଉତ୍ପାଦନରେ ଓଡ଼ିଶା ପଞ୍ଚମ ସ୍ଥାନ ଅଧିକାର କରିଛି ।”

୩ କୋଟି ୬୪ ଲକ୍ଷ ଆମ୍ବ, କାଜୁ, କମଳା ଲେମ୍ବୁ, ଲିଚୁ, ନଡ଼ିଆ, ପିଜୁଳି ଭଳି ଚାରା ଚାଷୀ ଏବଂ ବିଭିନ୍ନ ସଂଗଠନମାନଙ୍କୁ ବଣ୍ଟା ଯାଇଛି । ଓଡିଶା କୃଷି ନିଗମ ଶିଳ୍ପ ଦ୍ବାରା ଖତ ସାର ଯୋଗାଇ ଦିଆଯାଉଛି । କୃଷକମାନେ ଫସଲର ସଠିକ ପରିଚାଳନା କଲେ ହେକ୍ଟର ପିଛା ଅଁଳା ହେକ୍ଟର ପିଛା ୧୫୬ କ୍ବିଣ୍ଟାଲ ଏବଂ ପିଜୁଳି ୬୬ କ୍ବିଣ୍ଟାଲ, ପଣସ ୩୧୨ କ୍ବିଣ୍ଟାଲ ଓ ଆମ୍ବ ୧୨୦ କ୍ବିଣ୍ଟାଲ ଉତ୍ପାଦନ ହୋଇପାରିବ ।” ଫଳର ଓ ପନିପରିବାର ମୂଲ୍ୟ ବିକ୍ରି ଓ ଦର ବଜାର ସ୍ଥିତି ଉପରେ ନିର୍ଭର କରେ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ବିରୋଧୀ ଅଭିଯୋଗ କରିଛନ୍ତି ଯେ, ପରିବା ବିକ୍ରି ପାଇଁ ରାଜ୍ୟରେ ବଜାର ବ୍ୟବସ୍ଥା ନାହିଁ । ରାଜ୍ୟରେ ଉତ୍ପାଦନ ହେଉଥିବା ପନିପରିବା ଏବଂ ଫଳମୂଳ ବାହାରକୁ ଚାଲି ଯାଉଛି । ଏହି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଅଭିଯୋଗ କରିଛନ୍ତି, ”ସରକାର ବିଭିନ୍ନ ଯୋଜନା କରୁଛନ୍ତି । ହେଲେ ତାହାକୁ ଆଗକୁ ବଢିପାରୁ ନାହିଁ । ବର୍ଷେ ପୂର୍ବରୁ ସରକାର ମୋ ଖତ ଯୋଜନା କରିଥିଲେ । ଏବେ ଖତ ମିଳୁନାହିଁ

You May Also Like

More From Author

+ There are no comments

Add yours