Wed. Oct 14th, 2026

ଭାରତର ଅନ୳ତମ ପ୍ରାକୃତିକ ସୌନ୍ଦର୍ଯ୳ରେ ଭରପୁର ସ୍ଥାନ ହେଉଛି ନୈନିତାଲ। ମାତ୍ର ଦିନକୁ ଦିନ ଏହି ସୌନ୍ଦର୍ଯ୳ ଉପରେ ବିପଦ ଦେଖାଦେଉଛି। ମୌସୁମୀ ଆରମ୍ଭ ହେବା ସହିତ ଉତ୍ତରପ୍ରଦେଶରେ ମଧ୍ୟ ଭୂସ୍ଖଳନ ଦ୍ରୁତ ଗତିରେ ବଢୁଛି। ଏହା ସହ ନୈନିତାଲରେ ମଧ୍ଯ ବଡ ଭୂସ୍ଖଳନ ହେବାର ଭୟ ଆଶଙ୍କା କରାହେଉଛି।

ଇତିହାସ ମଧ୍ୟ ଏହାର ଏକ ସାକ୍ଷୀ ଯେ ନୈନିତାଲରେ ଭୂସ୍ଖଳନ ହେତୁ ବହୁ ଧ୍ୱଂସ ଘଟିଛି। ଯଦି ଆମେ ଇତିହାସକୁ ଦେଖିବା ତେବେ ୧୮୮୦ ମସିହାରେ ନୈନିତାଲରେ ଭୟଙ୍କର ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ ଦୃଷ୍ଟିରୁ ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ କ୍ଷେତ୍ର। ଏଠାରେ ଥିବା ପାହାଡରୁ କ୍ରମାଗତ ଭୂସ୍ଖଳନ ହେତୁ ବିପଦ ବଢୁଛି।

୧୮୮୦ ମସିହାରେ ନୈନିତାଲରେ ଭୂସ୍ଖଳନ ହେତୁ ୧୫୧ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତମାନଙ୍କ ମଧ୍ୟରେ ୪୩ ଜଣ ବ୍ରିଟିଶ ଥିଲେ। ତେବେ ବର୍ତ୍ତମାନ ଏଠାରେ ଦୁଇ ଦିନ ଧରି ଲଗାତାର ବର୍ଷା ହେଉଥିଲା। ଏହା ପରେ ମଲ୍ଲିଟାଲରେ ଭୂସ୍ଖଳନ ଆରମ୍ଭ ହୋଇଥିଲା। ଭୂସ୍ଖଳନ ଏତେ ଭୟଙ୍କର ଥିଲା ଯେ ମଲ୍ଲିଟାଲର ସମସ୍ତ କୋଠା ଏଥିରେ ଭୁଶୁଡି ପଡିଥିଲା। ଭୂସ୍ଖଳନ ହେତୁ ନୈନା ଦେବୀ ମନ୍ଦିର ନଷ୍ଟ ହୋଇଯାଇଥିଲା। ତେବେ ଯଦି ନୈନିତାଲର ସୁରକ୍ଷା ପ୍ରତି ଧ୍ଯାନ ନ ଦିଆଯାଏ, ପରିସ୍ଥିତି ଭୟଙ୍କର ହୋଇପଡିବ।

Leave a Reply

Your email address will not be published. Required fields are marked *