ନଜର ପକାନ୍ତୁ ଡାଳିମ୍ବ ଚୋପାର ବିଶେଷତ୍ୱ ଉପରେ

କ’ଣ ଆପଣ ଜାଣିଛନ୍ତି ଡାଳିମ୍ବ ଚୋପାର ବିଶେଷତ୍ବ? ପୋଷକ ତତ୍ତ୍ୱରେ ଭରପୂର ଡାଳିମ୍ବର ଉପକାରିତା ସଂପର୍କରେ ଆମ ସମସ୍ତଙ୍କୁ ତ ଜଣା । ହେଲେ, ଆପଣ କ’ଣ ତା’ର ଚୋପାର ଫାଇଦା ବିଷୟରେ ଜାଣନ୍ତି ? ଯଦି ଜାଣିବେ , ତେବେ କେବେ ବି ତାର ଚୋପାକୁ ଫିଙ୍ଗିବେ ନାହିଁ । ଏବେ ଆସନ୍ତୁ ଜାଣିବା ଡାଳିମ୍ବର ଚୋପା ଆମର କି ଉପକାର କରିଥାଏ । ଡାଳିମ୍ବ ଚୋପାରେ ଫଳ ଠାରୁ ମଧ୍ୟ ଅଧିକ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟସ ରହିଛି । ଏହି ହୃଦ୍ଜନିତ ରୋଗ ଓ କର୍କଟ ରୋଗରୁ ମୁକ୍ତି ଦେଇପାରେ ବୋଲି କୁହାଯାଏ । ଡାଳିମ୍ବ ଚୋପାରେ ଯେତିକି ଭିଟାମିନ୍ ଅଛି ସମାନ ପରିମାଣରେ ଭିଟାମିନ୍ ଏହାର ଦାନାରେ ରହିଛି । ଏଣୁ ଆପଣ ଡାଳିମ୍ବ ଚୋପାକୁ ନ ଫୋପାଡ଼ି ସେଥିରେ ଚା’ ତିଆରି କରି ପିଅନ୍ତୁ । ଏଥିରୁ ଲାଭ ମିଳିବ ।

ଡାଳିମ୍ବ ଚୋପାରେ ଚର୍ମର ଉପଶମ

ଡାଳିମ୍ବ ଚୋପା ସୂର୍ୟ୍ୟ-ଅତି ବାଇଗଣୀ ରଶ୍ମି ଏଜେଣ୍ଟ ଧାରଣ କରିଥାଏ । ଏହା ଆପଣଙ୍କ ଚର୍ମକୁ କ୍ଷତିକାରକ ୟୁଭିଏ କିରଣରୁ ରକ୍ଷା କରେ । ଏହା ଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା କମିଯାଏ । ଏହାର ଚୋପାକୁ ବ୍ୟବହାର କଲେ ସନଟ୍ୟାନ ବା କଳାପ୍ୟାଚକୁ ମଧ୍ୟ ଅପସାରଣ କରିଥାଏ । ଏଥିପାଇଁ ଡାଳିମ୍ବ ଚୋପାକୁ ଶୁଖାଇ ତାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହାର ଶୁଖିଲା ପାଉଡରକୁ ଆପଣଙ୍କର ଲୋସନ କିମ୍ବା କ୍ରିମ୍ ସହିତ ମିଶାନ୍ତୁ । ଘରୁ ବାହାରିବାର ୨୦ ମିନିଟ୍ ପୂର୍ବରୁ ଏହାକୁ ଲଗାନ୍ତୁ । ଡାଳିମ୍ବ ଚୋପା ଆପଣଙ୍କ ଚର୍ମରେ କୋଲାଜେନ୍ ନଷ୍ଟକୁ ରୋକିଥାଏ । କୋଷର ବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ । ଏହା ବାର୍ଦ୍ଧକ୍ୟ ଏବଂ କୁଞ୍ଚିତ ରେଖାକୁ କମାଇଥାଏ । ଦୁଇ ଚାମଚ ଡାଳିମ୍ବ ଚୋପା ପାଉଡର ନେଇ ଅଳ୍ପ କ୍ଷୀର ମିଶାନ୍ତୁ । ଯଦି ଆପଣଙ୍କର ତ୍ୱଚା ତେଲିଆ, କ୍ଷୀର ବଦଳରେ ଗୋଲାପ ଜଳକୁ ପାଉଡରରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଆପଣଙ୍କ ମୁହଁରେ ଲଗାନ୍ତୁ । ଶୁଖିବା ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହା ଏକ ପ୍ରାକୃତିକ ମଶ୍ଚରାଇଜର ପରି କାର୍ଯ୍ୟ କରେ ।

ପାଟି ଦୁର୍ଗନ୍ଧକୁ ବାଏ ବାଏ

ନିଃଶ୍ୱାସରେ ଦୁର୍ଗନ୍ଧ ବା ପାଟି ଦୁର୍ଗନ୍ଧ, ଦାନ୍ତମାଢି ଫୁଲିବାଜନିତ ସମସ୍ୟା ଏବଂ ପାଟି ଘା’କୁ ଦୂର କରିବା ପାଇଁ ଡାଳିମ୍ବ ଚୋପାର ପ୍ରୟୋଗ ଏକ ପ୍ରଭାବଶାଳୀ ଉପାୟ । ଡାଳିମ୍ବ ଚୋପା ପାଉଡରକୁ ଏକ ଗ୍ଲାସ୍ ପାଣିରେ ମିଶାନ୍ତୁ । ଏହି ମିଶ୍ରଣ ସହିତ ଗାର୍ଗଲ୍ କରନ୍ତୁ । ଆପଣ ନିଶ୍ଚୟ ଉପକୃତ ହେବେ ।

ହୃଦରୋଗ ପାଇଁ ଲାଭଦାୟକ

ଡାଳିମ୍ବ ଚୋପା ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ଏହା ଆପଣଙ୍କୁ ହୃଦରୋଗରୁ ରକ୍ଷା କରିଥଏ । ଡାଳିମ୍ବ ଚୋପା ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ଏବଂ ଚାପ କମିଯାଏ । ଏହା ଉଭୟ ଅକ୍ସିଡେଟିଭ୍ ଚାପ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ତେଣୁ ଯଦି ଆପଣ ଏକ ଚାମଚ ଡାଳିମ୍ବ ଚୋପା ପାଉଡରକୁ ଏକ ଗ୍ଲାସ ଉଷୁମ ପାଣିରେ ମିଶାଇ ପିଇବେ ବହୁତ ଉପକାର ପାଇବେ । ଯଦି ଆପଣଙ୍କ ହୃଦରୋଗ ଜଣାପଡ଼ିଥାଏ ତେବେ କୌଣସି ଉପାୟ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ ।

କେଶ ଝଡ଼ା ରୋକିବାରେ ସହାୟକ

ଡାଳିମ୍ବ ଚୋପା ପାଉଡର ଆପଣଙ୍କୁ କେଶ ଝଡିବାରେ ରୋକିଥାଏ । ରୁପି ସମସ୍ୟା ଦୂର କରିଥାଏ । ଆପଣ ଲଗାଉଥିବା ତେଲରେ ଡାଳିମ୍ବ ଚୋପାର ପାଉଡରକୁ ମିଶ୍ରଣ କରନ୍ତୁ । ଏହାକୁ କେଶର ମୂଳରେ ଲଗାଇ ମସାଜ୍ କରନ୍ତୁ । କିଛି ସମୟ ପରେ କେଶକୁ ମାଇଲଡ ସାମ୍ପୁରେ ଧୋଇ ଦିଅନ୍ତୁ । ଅଳ୍ପ ଦିନରେ ଫରକ ଜାଣିପାରିବେ ।

You May Also Like

More From Author

+ There are no comments

Add yours