Thu. Oct 15th, 2026

ଉପଗ୍ରହର ଲାଭ ଉଠାଇବାରେ ବିଳମ୍ବ କରିଛି ନାସା। ପୋଲାର ସାଟେଲାଇଟ୍ ସିଷ୍ଟମ୍-୨ ଉପଗ୍ରହକୁ ବିକଶିତ କରିବାରେ ହୋଇଯାଇଛି ଡେରି। ନାସା, ଆମେରିକାର ନ୍ୟାସନାଲ ଓସେନିକ୍ ଏବଂ ଆଟମୋସଫେରିକ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ମିଳିତ ଭାବରେ ବିକଶିତ ହେଉଛି ପୋଲାର ସାଟେଲାଇଟ୍ ସିଷ୍ଟମ୍-୨ ଉପଗ୍ରହ । ପାଣିପାଗର ପୂର୍ବାନୁମାନକୁ ମଜବୁତ କରିବା ପାଇଁ ଉପଗ୍ରହ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜଳବାୟୁ ପରିବର୍ତ୍ତନକୁ ଅନୁଧ୍ୟାନ କରିବା ପାଇଁ ନଭେମ୍ବର ୧ରେ ଉପଗ୍ରହ ମାଧ୍ୟମରେ କାମ ଆରମ୍ଭ ହେବ। ଦୃଶ୍ୟମାନ ଏବଂ ଇନଫ୍ରାଡ୍ ପ୍ରତିଛବି ସଂଗ୍ରହ ପାଇଁ ଯନ୍ତ୍ରଟି ଡିଜାଇନ୍ ହୋଇଛି । ଯାନ୍ତ୍ରିକ ତ୍ରୁଟି ପରୀକ୍ଷା ପାଇଁ ଅଧିକ ସମୟ ଆବଶ୍ୟକ କରୁଛି। ଯେଉଁଥି ପାଇଁ ନାସାକୁ ଏହା ଉପଗ୍ରହ ଲଞ୍ଚ କରିବାରେ ବିଳମ୍ବ ହେଉଛି।

ପରୀକ୍ଷା ସେଟଅପ୍ ସଂଶୋଧନ କରିବା ପରେ ନାସା, ଆମେରିକାର ନ୍ୟାସନାଲ ଓସେନିକ୍ ଏବଂ ଆଟମୋସଫେରିକ୍ ଆଡମିନିଷ୍ଟ୍ରେସନ ଏହି ସିଷ୍ଟମକୁ ପୁନଃସ୍ଥାପିତ କରିଛି । ଏହା ଏକ ଉତ୍ତମ ପ୍ରଦର୍ଶନ ପ୍ରଦାନ କରିବ । ମାତ୍ର ନାସାର କହିବାନୁଯାୟୀ, ପରୀକ୍ଷା ସମୟରେ ତାପମାତ୍ରା ଉତ୍ତୋଳନ ଯୋଗୁଁ ସୃଷ୍ଟି ହୋଇଥିବା ପରୀକ୍ଷଣ ଉପକରଣଗୁଡ଼ିକର ଗତିବିଧିକୁ ଦେଖି ଇଞ୍ଜିନିଅରମାନେ ଏହି ସମସ୍ୟା ନିର୍ଣ୍ଣୟ କରିଥିଲେ।

କ’ଣ ଏହି ସାଟେଲାଇଟ୍ ସିଷ୍ଟମ୍-୨ ମିଶନ୍?

ମିଳିତ ପୋଲାର ସାଟେଲାଇଟ୍ ସିଷ୍ଟମ୍-୨ ହେଉଛି ନେଟୱାର୍କର ଉପଗ୍ରହ, ଯାହା ୟୁନାଇଟେଡ୍ ଲଞ୍ଚ ଆଲାଇନ୍ସ, ଆଟଲାସ୍ ଭି ରକେଟରେ କାଲିଫର୍ନିଆର ଭାଣ୍ଡେନବର୍ଗ ସ୍ପେସ୍ ଫୋର୍ସ ବେସରୁ ଉଡ଼ାଣ ଭରିବାକୁ ସ୍ଥିର ହୋଇଛି। କକ୍ଷପଥରେ ଥରେ ଉପଗ୍ରହର ନାମ ଏନଓଏଏ-୨୧ ରଖାଯିବ । ଏହାର ପୂର୍ବବର୍ତ୍ତୀ ଏନଓଏଏ-୨୦ ଏବଂ ଏନଓଏଏ-ନାସା ସୁଓମି ନ୍ୟାସନାଲ ପୋଲାର-କକ୍ଷପଥର ମିଳିତ ଚେଷ୍ଟାରେ କାର୍ୟ୍ୟ ଜାରି ରଖିବ । ଉପଗ୍ରହଟି ଉତ୍ତରରୁ ଦକ୍ଷିଣ ପୋଲ ପର୍ୟ୍ୟନ୍ତ କକ୍ଷପଥରେ ପୃଥିବୀକୁ ସ୍କାନ କରିବ। ଦିନକୁ ୧୪ ଥର ଅତିକ୍ରମ କରିବ । ପୃଥିବୀଠାରୁ ୫୧୨ ମାଇଲ ଦୂରରେ ଏହି ମିଶନ୍ ତଥ୍ୟ କ୍ୟାପଚର କରିବ, ଯାହା ପାଣିପାଗର ପୂର୍ବାନୁମାନ, ଚରମ ପାଣିପାଗ ଘଟଣା ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ସୂଚନା ଦେବ। ୨୦୩୮ ପର୍ୟ୳ନ୍ତ ଏହା କାର୍ୟ୳କ୍ଷମ ହେବ ବୋଲି ନାସା ଦୃଢୋକ୍ତି ପ୍ରକାଶ କରିଛି ।

ଉପଗ୍ରହ ଆଡଭାନ୍ସ ଟେକ୍ନୋଲୋଜି ମାଇକ୍ରୋୱେଭ୍ ସାଉଣ୍ଡର୍ (ଏଟିଏମ୍ଏସ୍), କ୍ରସ୍-ଟ୍ରାକ୍ ଇନଫ୍ରାଡ୍ ସାଉଣ୍ଡର୍ (କ୍ରାଇସ୍), ଭିଜିବଲ୍ ଇନଫ୍ରାଡ୍ ଇମେଜିଙ୍ଗ୍ ରେଡିଓମିଟର ସୁଟ୍, ଓଜୋନ୍ ମ୍ୟାପିଂ ଏବଂ ପ୍ରୋଫାଇଲର୍ ସୁଟ୍ ସହିତ ଏକ ଉପକରଣର ସୁଟ୍ ବହନ କରିବ।

Leave a Reply

Your email address will not be published. Required fields are marked *