ଜାଣନ୍ତୁ: କିପରି ଥିଲା ଆଧାରର ଯାତ୍ରା

ସାଧାରଣତଃ ଗୋଟେ ଲୋକକୁ ତା’ ପରିଚୟ କ’ଣ ବୋଲି ପଚାରିଲେ ସେ ପ୍ରମାଣରେ ଆଧାରକାର୍ଡକୁ ଦେଖାଇଥାଏ। ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ବିଦ୍ୟାଳୟରେ ପିଲାଙ୍କ ଆଡମିଶନ ପର୍ୟ୍ୟନ୍ତ ଆଧାରକାର୍ଡର ଆବଶ୍ୟ୳କତା ରହିଛି। ଭାରତରେ ଏପର୍ୟ୍ୟନ୍ତ ୧୩୩ କୋଟିରୁ ଅଧିକ ଆଧାର ସଂଖ୍ୟା ଜାରି କରାଯାଇଛି। ଧୀରେ ଧୀରେ ଏକ ଗୁରୁତ୍ବପୂର୍ଣ୍ଣ ଡକୁ୳ମେଣ୍ଟର ସ୍ଥାନ ହାସଲ କରିଲାଣି ଆଧାର। ଦେଶରେ ଏହି କାଗଜ ଖଣ୍ଡିକର ସଫଳ ଯାତ୍ରା ଉପରେ ନଜର ପକାଇବା।

ଆଜି ଦେଶର ୯୯%ରୁ ଅଧିକ ବୟସ୍କଙ୍କ ପାଖରେ ଆଧାରକାର୍ଡ ରହିଛି। ସେପ୍ଟେମ୍ବର ୨୦୦୯ରେ ମହାରାଷ୍ଟ୍ରରେ ୧୨ ଅଙ୍କ ବିଶିଷ୍ଟ ଆଧାରକାର୍ଡ ପ୍ରଚଳନ କରାଯାଇଥିଲା । ପାନ୍କାର୍ଡ ପାଇବା ଠାରୁ ଆରମ୍ଭ କରି ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ପର୍ୟ୍ୟନ୍ତ ଆୟକର ରିଟର୍ଣ୍ଣ ଦାଖଲ କରିବାରେ ଆଧାର ଆବଶ୳୍ୟକ। ୟୁପିଏ ସରକାର ସମୟରେ ଆଧାରକାର୍ଡ ପ୍ରଚଳନ କରାଯାଇଥିଲା। ଇନଫୋସିସ୍ ସହ-ପ୍ରତିଷ୍ଠାତା ନନ୍ଦନ ନିଲେକାନିଙ୍କୁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଥିଲା। ଆଧାରକାର୍ଡର ଆଗମନ ସହିତ ଭାରତରେ ଅନେକ ପରିବର୍ତ୍ତନ ଆସିଛି । ଆଜି ଆଧାରକାର୍ଡ ଜଣେ ବ୍ୟକ୍ତିର ପରିଚୟ ପ୍ରମାଣ । ଦେଶର ପ୍ରଥମ ଆଧାରକାର୍ଡ ସେପ୍ଟେମ୍ବର ୨୯, ୨୦୧୦ରେ ମହାରାଷ୍ଟ୍ରର ନନ୍ଦୁବର ଜିଲ୍ଲାର ରଂଜନ ସୋନାୱାନେ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

ମାର୍ଚ୍ଚ ୩, ୨୦୦୬ରେ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ, ଯୋଗାଯୋଗ, ବିପିଏଲ ପରିବାର ପାଇଁ ସ୍ୱତନ୍ତ୍ର ପରିଚୟ ନାମକ ଏକ ପ୍ରକଳ୍ପ ପାଇଁ ଭାରତ ସରକାର ଅନୁମୋଦନ ଦେଇଥିଲେ। ଏହା ପରେ ୨୦୦୯ ଜାନୁଆରୀ ୨୮ରେ ତତ୍କାଳୀନ ଯୋଜନା ଆୟୋଗ ଅନନ୍ୟ ନମ୍ବର ବିଶିଷ୍ଟ ପରିଚୟପତ୍ର ତିଆରି ପାଇଁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଗଠନ ପାଇଁ ଏକ ବିଜ୍ଞପ୍ତି ଜାରି କଲା । ୨୦୧୦ ସେପ୍ଟେମ୍ବରରେ ସରକାର ମହାରାଷ୍ଟ୍ରର କେତେକ ଗ୍ରାମାଞ୍ଚଳରେ ପାଇଲଟ୍ ଆଧାରରେ ଆଧାରକାର୍ଡ ଯୋଜନା ଆରମ୍ଭ କରିଥିଲେ।

୨୦୧୦ରେ ନ୍ୟାସନାଲ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବିଲ୍ ସଂସଦରେ ସରକାରଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା । ତା’ପରେ ଆଧାର ଲିଙ୍କ୍ ହୋଇଥିବା ଆକାଉଣ୍ଟଗୁଡ଼ିକ ପାଇଁ ସିଧାସଳଖ ଲାଭ ସ୍ଥାନାନ୍ତର ଯୋଜନା ଆରମ୍ଭ କରାଯାଇଥିଲା । ୨୦୧୩ ଜାନୁୟାରୀ ୧ରେ ଦେଶର ୫୧ଟି ଜିଲ୍ଲାରେ ଆଧାର ପ୍ରକଳ୍ପ କାର୍ୟ୍ୟକାରୀ ହୋଇଥିଲା। ଏହା ପରେ, ୨୦୧୫ ମାର୍ଚ୍ଚରେ ସରକାର ଆଧାର-ସଂଯୁକ୍ତ ଡିଜିଲାକାର୍ ସେବା ଆରମ୍ଭ କରିଥିଲେ। ଏହି ସେବା ଅଧୀନରେ ଲୋକମାନେ ଡିଜିଲାକାରରେ ସେମାନଙ୍କର ଡକ୍ୟୁମେଣ୍ଟର ସ୍କାନ୍ ହୋଇଥିବା କପି ସଂରକ୍ଷଣ କରିପାରିବେ। ୨୦୧୭ ମାର୍ଚ୍ଚରେ ସରକାର ଆୟକର ଅଧିନିୟମରେ ଏକ ନୂତନ ବିଭାଗ ୧୩୯-ଏଏ ଅନ୍ତର୍ଭୁକ୍ତ କରିଥିଲେ ଏବଂ ପାନ କାର୍ଡ ସହିତ ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ଆଧାରକୁ ବାଧ୍ୟତାମୂଳକ କରିଥିଲେ । ଆଜି ଆଧାରକାର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଦଲିଲ ଭାବେ ବିବେଚନା କରାଯାଉଛି ।

You May Also Like

More From Author

+ There are no comments

Add yours