ଫସଲ ହାନିକାରକ କୀଟ ପରିଚଳନା ତାଲିମ କାର୍ଯ୍ୟକ୍ରମ

ଜୟପୁର:ଆଜି ଜୟପୁର ସ୍ବାମୀ ନଥାନ ଗବେଷଣା ଫାଉଣ୍ଡେସନ ଠାରେ ଜାତୀୟ ଧାନ ଗବେଷଣା ସଂସ୍ଥାନ କଟକ ପକ୍ଷରୁ କୃଷି ଓ ଉଦ୍ୟାନ କୃଷି ଫସଲରେ ହାନି କାରକ କୀଟ ପରିଚାଳନା ତାଲିମ୍ ଓ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମରେ ଜାତୀୟ ଧାନ ଗବେଷଣା ସଂସ୍ଥାନ କଟକର ପ୍ରଧାନ ବୈଜ୍ଞାନିକ ଡଃ କେ ରାଜ ଶେଖର ରାଓ ଉପସ୍ଥିତ ରହି ରାସାୟନିକ ବିଷ ପ୍ରୟୋଗ ଦ୍ଵାରା ଅନେକ କ୍ଷତି ହୋଇଥାଏ l ସେଥିପାଇଁ ଫେରମେନ୍ ଜ୍ଞାନ କୌଶଳ ବ୍ୟବହାର କରି ଜୈବ ପଦ୍ଧତିରେ ପୋକ ଦମନ କରାଯାଇପାରିବ l
ମକା, ଧାନ,ଫଳ, ପନିପରିବା ଓ କନ୍ଦ ଫସଲ ର ହାନି କାରକ କୀଟ କୁ ଦମନ କରାଯାଇପାରିବ l
ଏହାର ମୂଲ୍ୟ କମ୍ ହୋଇଥିବାରୁ ଏହା ଚାଷୀ ମାନଙ୍କୁ ଅଧିକରୁ ଅଧିକ ଲାଭ ମିଳିପାରିବ ବୋଲି ସେ କହିଥିଲେ l କୋରାପୁଟ ଅତିରିକ୍ତ କୃଷି ଜିଲ୍ଲା ଅଧିକାରୀ ବିଜୟ କୁମାର ସୋରେନ ଉପସ୍ଥିତ ରହି ଜୈବିକ ପଦ୍ଧତିରେ କୃଷି କୁ ଆଦରି ନେଲେ ପରିବେଶ ପ୍ରଦୂଷଣ କୁ କମ୍ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୁର୍ଗା ପ୍ରସାଦ ପାତ୍ର ଉପସ୍ଥିତ ରହି ବିଷ ପ୍ରୟୋଗ ଦ୍ଵାରା ସ୍ବାସ୍ଥ୍ୟ ରେ ହେଉଥିବା କ୍ଷତି ସଂମ୍ପର୍କରେ କହିଥିଲେ l
ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ସୁଶିଲ କୁମାର ମହନ୍ତ ଉପସ୍ଥିତ ରହି ଫଳ ଫସଲରେ ଫଳ ମାଛି ଉପଦ୍ରବକୁ ଏହି ଜ୍ଞାନକୌଶଳ ଅଧିକ ଲାଭ ହୋଇପାରିବ ବୋଲି କହିଥିଲେ l
ସ୍ବାମୀ ନlଥାନ୍ ଗବେଷଣା ଫାଉଣ୍ଡେସନ ର ନିର୍ଦେଶକ ଡ ଏମ୍ ଏମ୍ ହୋସେନ୍ ଉପସ୍ଥିତ ରହି ରାସାୟନିକ ବିଷ ପ୍ରୟୋଗ ଦ୍ଵାରା ସ୍ବାସ୍ଥ୍ୟ ଓ ପରିବେଶ ରେ ହେଉଥିବା କ୍ଷତି ପରିମାଣ କୁ କମ୍ କରିବା ଦିଗରେ ଫେରମେନ ଜ୍ଞାନ କୌଶଳ ସହାୟକ ହୋଇପାରିବ ବୋଲି କହିଥିଲେ l ବିଜ୍ଞାନ ପ୍ରଚାରକ ଲକ୍ଷ୍ମୀ ନାରାୟଣ ବକ୍ସି ଦ୍ଵାରା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଲେ କେ ଉମା ମାହେଶ୍ୱରୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ୧୫୦ ଏ କର ମକା ଫସଲ ପାଇଁ ଫେ ର ମେନ୍ ଜନ୍ତା ପ୍ରଦାନ କରାଯାଇଥିଲା ବେଳେ ୨୫ ଏକର ଫଳ ମାଛି ଯନ୍ତl ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ଗୌଡ,ରଜନୀକାନ୍ତ ପରିଡ଼ା ଓ ଚିତ୍ତରଞ୍ଜନ ସେଠୀ ସହ ଯୋଗ କରିଥିଲେ l

You May Also Like

More From Author

+ There are no comments

Add yours