Wed. Oct 14th, 2026

କାକଟପୁର : ତହସିଲଦାରଙ୍କୁ ଗଛ ଦଣ୍ଡ। କାକଟପୁର ତହସଲଦାର ପୋତିବେ ୫୦ ଗଛ । ବେପରୁଆ ଭାବେ ଜବରଦଖଲକାରୀଙ୍କୁ ଜୋରିମାନାରେ ଦଣ୍ଡିତ କରିବା କାକଟପୁର ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ତହସିଲଦାରଙ୍କୁ ଦଣ୍ଡ ସ୍ୱରୂପ ୫୦ଟି ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କଟକର ସିଡିଏର ଯେକୌଣସି ସେକ୍ଟରରେ ରାସ୍ତାକଡ଼ରେ ସେ ୫୦ଟି ଗଛ ଲଗାଇବେ। ଏଥିପାଇଁ ସେ ସିଡିଏ କର୍ତ୍ତୃପକ୍ଷଙ୍କ ସହଯୋଗ ନେବେ। ଆଜି ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥ। ଏକ ଜବରଦଖଲ ମାମଲାରେ ଜବରଦଖଲକାରୀ ମିତା ଦାସଙ୍କୁ ଗତବର୍ଷ ସେପ୍ଟେମ୍ବର ୧୫ ତାରିଖରେ କାକଟପୁର ତହସିଲଦାରଙ୍କ କୋର୍ଟରେ ହାଜର ହେବାକୁ ନୋଟିସ୍ କରାଯାଇଥିଲା। ସେ ତହସିଲଦାରଙ୍କ କୋର୍ଟରେ ହାଜର ହୋଇଥିଲେ ମଧ୍ୟ ନୋଟିସର ଜବାବ ଦାଖଲ କରି ପାରି ନଥିଲେ। ତେବେ ତାଙ୍କୁ ଆଉ ସୁଯୋଗ ଦେବା ତ ଦୂରର କଥା ସେହିଦିନ ହିଁ ତହସିଲଦାର ତାଙ୍କୁ ଜୋରିମାନାରେ ଦଣ୍ଡିତ କରିଥିଲେ। ତାଙ୍କ ପକ୍ଷ ନଶୁଣି ଏଭଳି ନିର୍ଦେଶ ଜାରି କରାଯାଇଥିବା ଦର୍ଶାଇ ମିତା ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *