Wed. Oct 14th, 2026

ସବୁଠୁ ବିଶ୍ଵସ୍ତ ପ୍ରାଣୀ ହେଉଛି କୁକୁର। ଆଜିର ଜମାନା ରେ କୁକୁର ପାଳିବା ଏକ ସଉକ ହୋଇଗଲାଣି। ସବୁଠୁ ବଡ କଥା ହେଲା କୁକୁର ମାନଙ୍କ ଘ୍ରାଣ ଶକ୍ତି ଓ ଶ୍ରବଣ ଶକ୍ତି ଅତ୍ୟନ୍ତ ପ୍ରଖର ହୋଇଥାଏ। ଯେଉଁଥି ପାଇଁ ଅତି ସହଜରେ ସେ ବିଭିନ୍ନ ଜିନିଷକୁ ଠାବ କରିପାରେ। ହେଲେ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ୍ ଭାଇରଲ ହେବାରେ ଲାଗିଛି। ଯାହା ସଧାରଣ ରେ ଆଶ୍ଚର୍ଯ୍ୟ କରିବା ବି ସ୍ଵାଭାବିକ। ଏହି ଭିଡ଼ିଓରେ ଏକ କୁକୁର ଉପରେ ପରିବେଷଣ କରାଯାଇଛି। କୁକୁର ତି ତାର ମାଲିକ ପ୍ରତି ବହୁତ୍ ଅନୁଗ୍ରହ ଦେଖାଉଛି। ହେଲେ ସବୁଠୁ ବଡ କଥା ହେଲା କୁକୁରଟି ବଧିର ଅର୍ଥାତ୍ କିଛି ଶୁଣି ପାରେ ନାହିଁ। କେବଳ ସଂକେତ ବା ଠାର ମାଧ୍ୟମରେ ଅତି ସହଜରେ ସବୁ କିଛି ବୁଝି ଯାଏ। ଆଉ ତାର ମାଲିକର ପ୍ରତ୍ୟେକ କଥାକୁ ଠିକ୍ ଠିକ୍ କରି ନିଏ। ଏଥିରେ ମହିଳା ଜଣଙ୍କ କୁକୁର ଟିକୁ କିଛି ସଂକେତ ଦେଲେ , ସଙ୍କେତଟି ଏଇଆ ଥିଲା ଯେ ‘ ବାପା ଘରେ ଅଛନ୍ତି’ ଆଉ ଏହାକୁ ସହଜରେ ବୁଝି କବାଟ ଆଡ଼କୁ ଦୌଡ଼ି ପଳାଇଲା ପୋଷା କୁକୁରଟି। ଯାହା ଅତ୍ୟନ୍ତ ହୃଦୟ ସ୍ପର୍ଶୀ।
ତେବେ ଯେଉଁ ଲୋକମାନେ କୁକୁରକୁ ଗୃହପାଳିତ ପଶୁ ଭାବରେ ରଖନ୍ତି, ସେମାନେ ପ୍ରକୃତରେ ପିଲାମାନଙ୍କ ପରି ଭଲ ପାଆନ୍ତି ଏବଂ ଯତ୍ନ ନେଉଥିବା କଥା ମଧ୍ୟ ସାମ୍ନାକୁ ଆସେ | କୁକୁର ଏବଂ ସେମାନଙ୍କ ମାଲିକଙ୍କ ମଧ୍ୟରେ ନିବିଡ଼ ବନ୍ଧନ ଥିବା ଏହି ଭିଡ଼ିଓ ହିଁ ସ୍ପଷ୍ଟ କରୁଛି। ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ଅତ୍ୟନ୍ତ ଆଦୃତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଭିଡ଼ିଓଟି ଇନଷ୍ଟାଗ୍ରାମରେ ସ୍ପେସିଆଲକିତା ନାମକ ଏକ କୁକୁର ଆକାଉଣ୍ଟରେ ମେ 4 ରେ ପୋଷ୍ଟ କରାଯାଇଥିଲା ଏବଂ ଏହା ଏପର୍ଯ୍ୟନ୍ତ ତିନି ଲକ୍ଷରୁ ଅଧିକ ଭ୍ୟୁ ଗ୍ରହଣ କରିଛି। ଭିଡ଼ିଓର କ୍ୟାପସନ୍ ରେ “ମୋର ବଧିର କୁକୁର“ ବାପା ଘରେ ”ଦସ୍ତଖତ କରିବା ଭଳି ସୂଚିତ ମଧ୍ୟ କରାଯାଇଛି। ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି।

Leave a Reply

Your email address will not be published. Required fields are marked *