ହସ୍ପିଟାଲରେ ନବଜାତଙ୍କୁ ମିଳିବ ଆଧାର

ରାଜ୍ୟରେ ଶତପ୍ରତିଶତ ‘ଆଧାର’ ନମ୍ବର ଆବଣ୍ଟନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନବଜାତ ଶିଶୁଙ୍କୁ ହସ୍ପିଟାଲରେ ହିଁ ‘ଆଧାର’ ପରିସରଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ‘ବାଲ ଆଧାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହି ସୁବିଧା ହସ୍ପିଟାଲଗୁଡ଼ିକରେ ପ୍ରଚଳନ କରିବାକୁ ଯାଉଛି ।

ଆଇଟି ସଚିବ ମନୋଜ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପିଲାଙ୍କ ପାଇଁ ‘ବାଲ ଆଧାର’ କାର୍ଯ୍ୟକ୍ରମ ପୂର୍ବରୁ ଦେଶରେ କାର୍ଯ୍ୟକାରୀ ହେଉଛି । ତେବେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏକି ହସ୍ପିଟାଲରେ ଏହି ‘ଆଧାର’ ଯୋଗାଇବାକୁ ଯାଉଛି । ରାଜ୍ୟରେ ୦-୫ବର୍ଷ ବୟସର ପିଲାଙ୍କ ଆଧାର ପଞ୍ଜିକରଣ ପରିମାଣ ବେଶ୍ ନଗଣ୍ୟ ଥିବାରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହାଦ୍ୱାରା ନବଜାତ ଶିଶୁ ଜନ୍ମ ହେବାମାତ୍ରେ ଏହି ଆଧାର ପଞ୍ଜିକୃତ ହୋଇପାରିବେ । ସରକାରଙ୍କ ନିଷ୍ପତ୍ତି ଅନୁସାରେ, ନବଜାତ ଶିଶୁଙ୍କୁ ହସ୍ପିଟାଲରେ ବାୟୋମେଟ୍ରିକ ବିନା ହିଁ ଆଧାର ପଞ୍ଜିକୃତ କରାଯିବ । ‘ବାଲ ଆଧାର’ ଅନ୍ତର୍ଗତ ସେମାନଙ୍କୁ ୧୨ଟି ସଂଖ୍ୟା ବିଶିଷ୍ଟ ନମ୍ବର ପ୍ରଦାନ କରାଯିବ । ନବଜାତ ଶିଶୁର ଫଟୋ ଓ ଗାଁ ଠିକଣା ଆଦି ତଥ୍ୟକୁ ତାଙ୍କର ପିତାମାତାଙ୍କ ଆଧାର କାର୍ଡ ସହ ସଂଯୁକ୍ତ କରାଯାଇ ୧୨ଟି ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଯୋଗାଇ ଦିଆଯିବ । ଯେତେବେଳେ ସମ୍ପୃକ୍ତ ଶିଶୁ ୫ବର୍ଷ ଓ ୧୫ବର୍ଷ ବୟସର ହୋଇଯିବ, ନିଜର ବାୟୋମେଟ୍ରିକ ତଥ୍ୟ(ଅଙ୍ଗୁଳି ଚିହ୍ନ, ଆଖି ପତ୍ତା ଓ ମୁହଁ ଆଦି ଫଟୋ)କୁ ଅପଡେଟ୍ କରାଇପାରିବେ । ୦-୫ବର୍ଷ ବୟସର ପ୍ରାୟ ୪୦.୩୬ଲକ୍ଷ ପିଲା ରାଜ୍ୟରେ ଥିବାବେଳେ ସେଥିରୁ ମାତ୍ର ୧୪.୮୩ଲକ୍ଷ ପିଲା ଏପର୍ଯ୍ୟନ୍ତ ‘ଆଧାର’ ପଞ୍ଜିକରଣ କରାଇ ପାରିଛନ୍ତି ।

You May Also Like

More From Author

+ There are no comments

Add yours