Wed. Oct 14th, 2026

ୟୁକ୍ରେନରେ ମିସାଇଲର ମାଡ ଜାରି ରହିଛି । ୟୁକ୍ରେନର ପଶ୍ଚିମରେ ଥିବା ଲଭିଭ ଉପରେ ଋଷର ହମଲା ଜାରି ରହିଛି । ପୂର୍ବରୁ କିଭ ସହ ଅନ୍ୟ ସହରରେ ବଡଧରଣର ଆକ୍ରମଣ କରିଥିଲା । କିନ୍ତୁ ଏହି ବଡଧରଣର ବିସ୍ଫୋରଣରେ ଆସିନଥିଲା ଲଭିଭ । ଲଭିଭ ଏୟାରପୋର୍ଟର ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଋଷ ଘନଘନ ମିସାଇଲ ମାଡ଼ କରି ଧ୍ୱଂସଲୀଳା ରଚିଛି । ଏଥିରେ କେତେଜଣ ଆହତ ଏବଂ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏୟାରପୋର୍ଟର ଆଖପାଖ ଅଂଚଳର ବିସ୍ଫୋରଣ ହେତୁ ଲୋକେ ଭୟଭୀତ ଅବସ୍ଥାରେ । ଲଭିଭ ଏୟାରପୋର୍ଟ ନିକଟରେ ଥିବା ଯୁଦ୍ଧ ବିମାନ ମରାମତି ପ୍ଲାଂଟକୁ ଟାର୍ଗେଟ କରି ମିସାଇଲ ମାଡ କରୁଛି ଋଷ । ଏଥିରେ ଏୟାରପୋର୍ଟ ର କିଛି ଅଂଶ ଓ ଏହାର ଆଖପାଖ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅନେକ ଲୋକ ଆହତ ହୋଇଥିବା ବେଳେ ଭୟଭୀତ ଅବସ୍ଥାରେ ଅଂଚଳବାସୀ । ମିସାଇଲ ମାଡ଼ ପରେ ଲଭିଭର ଆଉ କିଛି ସ୍ଥାନରେ ମଧ୍ୟ ବୋମା ବର୍ଷଣ କରାଯାଇଥିବା ସହରର ମେୟର ଆଣ୍ଡ୍ରିୟ ସାଡୋଭୟି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲଭିଭ ସମେତ ଖାର୍କିଭରେ ମଧ୍ୟ ଋଷ ହମଲା ଜାରି ରହିଛି। ଖାର୍କିଭର ଗୋଟିଏ ବହୁତଳ ବିଶିଷ୍ଟ କୋଠାକୁ ରୁଷ ବୋମା ମାଡ଼ରେ ଉଡ଼ାଇ ଦେଇଛି। ଏଥିରେ ୩ ଜଣଙ୍କ ଜୀବନ ଯାଇଛି। ସେହିପରି କ୍ରମାଟୋରସ୍କରେ ମଧ୍ୟ ରୁଷର ବୋମା ମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି ଓ ୬ ଜଣ ଆହତ ହୋଇଛନ୍ତି। ଖାଲି ଏହି ୩ କିମ୍ବା ୪ ସହରରେ ନୁହେଁ, ରୁଷ ପକ୍ଷରୁ ମାରିୟୁପୋଲ ଠାରୁ ଆରମ୍ଭ କରି ଓଡେଶା ଯାଏ ଘନଘଡ଼ ହମଲା କରାଯାଉଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *