Wed. Oct 14th, 2026


ପଞ୍ଜାବରେ କେଜ୍ରିୱାଲଙ୍କ ଯାଦୁ । ଭୋଟଗଣତି ରେସରେ ଆଗୁଆ ଅଛି ଆମ ଆଦମୀ ପାର୍ଟି । ଦିଲ୍ଲୀରେ ‘ଆପ୍‌’ ସରକାରଙ୍କ ଶାସନ ଢାଞ୍ଚା ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛି । ଏହି ସମୟରେ ପ୍ରତିକ୍ରିୟା ରଖିଲେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଞ୍ଜାବରେ ଜିତିବା ଉପରେ ଆପ୍ ଅଧିକ ଧ୍ୟାନ ଦେଇଛି। “ଆମେ ଗୋଆ, ଉତ୍ତରପ୍ରଦେଶ ଏବଂ ୟୁପିରେ ପ୍ରାର୍ଥୀ ଫିଲ୍ଡିଂ କରିଥିଲୁ, କିନ୍ତୁ ପଞ୍ଜାବ ଉପରେ ଧ୍ୟାନ ଦିଆଯାଇଥିଲା। ଧୀରେ ଧୀରେ ଏହି ରାଜ୍ୟଗୁଡିକର ଲୋକମାନେ ମଧ୍ୟ ଆମ ଦଳ ଉପରେ ବିଶ୍ୱାସ କରିବା ଆରମ୍ଭ କରିବେ ବୋଲି ମନୀଷ ସିସୋଡିଆ କହିଛନ୍ତି ।
ସେପଟେ ପଞ୍ଜାବବାସୀଙ୍କ ଭରସା ଜିତିପାରିନାହାନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀ । ସମ୍ପୂର୍ଣ୍ଣ ଟ୍ରେଣ୍ଡ୍ ଆସିଥିବାବେଳେ କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ଆପ୍ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କୁ ତାଙ୍କ ପାରମ୍ପରିକ ଆସନ ଚମକୌର ଏବଂ ଭଦୋଦର ବିଧାନସଭା କ୍ଷେତ୍ରରେ ବହୁତ କମ୍ ସଂଖ୍ୟକ ଭୋଟରେ ପଛୁଆ ରହିଛନ୍ତି । ନିର୍ବାଚନର ଏହି ରେସରେ ଆପ କଂଗ୍ରେସ, ବିଜେପିକୁ ମାତ ଦେଇଛି ।

Leave a Reply

Your email address will not be published. Required fields are marked *