Wed. Oct 14th, 2026

ବିଜେଡିର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଡାକରା I ନବୀନ ନିବାସରେ ବସିଛି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଦଳର ବରିଷ୍ଠ ନେତାଙ୍କ ସହ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନାରେ ସାମିଲ ହୋଇଛନ୍ତି । ଏହି ବୈଠକରେ ବିଜେପି-ବିଜେଡି ମେଣ୍ଟ ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ୧୫ ବର୍ଷ ପରେ ପୁଣି ବିଜେଡ଼ି-ବିଜେପି ମେଣ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାସହ ଆଗାମୀ ନିର୍ବାଚନ ସହ ବିଭିନ୍ନ ଯୋଜନାରେ ଲୋକ କେତେ ଉପକୃତ ହେଉଛନ୍ତି ଓ ଆଉ କଣ ଅସୁବିଧା ରହିଛି ସେନେଇ ନେତାଙ୍କଠାରୁ ଅପଡେଟ୍ ନେଉଛନ୍ତି ମୁଖ୍ୟମନ୍ତ୍ରୀ ବୋଲି କୁହାଯାଉଛି । ଯୋଜନାର କାର୍ଯ୍ୟକାରିତା ସହ ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା କରାଯାଉଛି । ବୈଠକରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ମନ୍ତ୍ରୀ ଟୁକୁନି ସାହୁ, ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ଉଷାଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରସନ୍ନ ଆଚାର୍ଯ୍ୟ, ସଞ୍ଜୟ ଦାଶବର୍ମା ପ୍ରମୁଖ ଯୋଗ ଦେଇଛନ୍ତି । ଅନ୍ୟପଟେ ଆଜି ଓଡ଼ିଶା ବିଜେପି ନେତା କେନ୍ଦ୍ର ନେତୃତ୍ବଙ୍କ ସହ ବୈଠକ ପାଇଁ ଦିଲ୍ଲୀ ଯାଇଛନ୍ତି।

Leave a Reply

Your email address will not be published. Required fields are marked *