ଶଙ୍ଖ ଧରିଲେ ବିଜୟଙ୍କ ପୁଅ ଅରବିନ୍ଦ

ଶଙ୍ଖ ଧରିଲେ ଅରବିନ୍ଦ । ନବୀନ ନିବାସରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଅରବିନ୍ଦ ।

ବିଜେଡି ରାଜନୀତିରେ ପୂର୍ବରୁ ବିଜୟ ମହାପାତ୍ରଙ୍କୁ ଦେଖିବାକୁ ମିଳିଛି । ତେବେ ୨୦୦୦ ମସିହାରେ ଟିକେଟ କଟିବା ସହ ବିଜୟଙ୍କୁ ଦୂରେଇ ଦେଇଥିଲା ଦଳ । ଏହାପରେ ଓଜିପି, ଏନସିପି, ବିଜେପିରେ ନିଜର ଭାଗ୍ୟପରୀକ୍ଷା କରିଥିଲେ ମଧ୍ୟ ପୁଣିଥରେ ବିଧାୟକ ଭାବେ ନିର୍ବାଚିତ ହୋଇପାରିନଥିଲେ ବିଜୟ । ତେବେ ୨୦୧୯ ନିର୍ବାଚନରେ ପରାଜୟ ପରେ ବିଜୟ ମହାପାତ୍ର ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ ।

ପୁଅ ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିବା ସହ ରାଜନୀତି କରିବା ନେଇ ସ୍ପଷ୍ଟ କରିଥିଲେ । ବିଭିନ୍ନ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଜୟଙ୍କ ସହ ଅରବିନ୍ଦଙ୍କୁ ଦେଖିବାକୁ ମିଳୁଥିଲା । କେଉଁ ଦଳକୁ ଅରବିନ୍ଦ ଯିବେ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ସେହିଭଳି ଏହା ପୂର୍ବରୁ ଦିବଙ୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଅଂଶୁମାନ ଓ ଅରବିନ୍ଦଙ୍କୁ ଦଳରେ ମିଶାଇ ବିଜେଡି କେନ୍ଦ୍ରାପଡାରେ ନିଜକୁ ଆହୁରି ଶକ୍ତିଶାଳୀ କରିଛି ।

You May Also Like

More From Author

+ There are no comments

Add yours