ବର୍ଣ୍ଣବୋଧ ପାଠଶାଳାରେ କୁନି କୁନି ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ

ଭୁବନେଶ୍ୱରର ନୀଳାଦ୍ରିବିହାର ନିକଟ ପଣ୍ଡାପାର୍କ ବସ୍ତିରେ ଯଶୋଦା ମା ଫାଉଣ୍ଡେସନ ତରଫରୁ ପରିଚାଳିତ ବର୍ଣ୍ଣବୋଧ ପାଠଶାଳାରେ କୁନି କୁନି ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ବକୃତା,ଚିତ୍ରାଙ୍କନ, ସୁନ୍ଦର ଓଡ଼ିଆ ବର୍ଣ୍ଣବୋଧ ଲିଖନ ଭଳି ପ୍ରତିଯୋଗିତାରେ ଭାଗ ନେଇଥିଲେ ଛାତ୍ରଛାତ୍ରୀ । ବିଗତ କିଛି ବର୍ଷ ଧରି ଭୁବନେଶ୍ୱର ଅନେକ ଅଞ୍ଚଳରେ କୁନି କୁନି ପିଲାଙ୍କ ମଧ୍ୟରେ ଓଡ଼ିଆ,ଓଡିଶା ପାଇଁ ମମତା ସୃଷ୍ଟି ନେଇ ଉଦ୍ୟମ ଆରମ୍ଭ କରିଛି ଯଶୋଦା ମା ଫାଉଣ୍ଡେସନ । ପ୍ରତିଯୋଗୀତାର ସଫଳ ପ୍ରତିଯୋଗୀଙ୍କୁ ଶିଶୁ ଦିବସରେ ପୁରସ୍କୃତ କରାଯିବ ବୋଲି କହିଛନ୍ତି ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା  ନିବେଦିତା ଲେଙ୍କା ।

You May Also Like

More From Author

+ There are no comments

Add yours