Wed. Oct 14th, 2026

ପୁଲିସ୍‌- ନକ୍ସଲ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଲେ ନକ୍ସଲ। ଶତାଧିକ ନକ୍ସଲ ଜଙ୍ଗଲରେ ଲୁଚି ପଳାଇଥିବା ବେଳେ ତାର ଚିତ୍ର ଡ୍ରୋନ କ୍ୟାମେରାରେ କଏଦ ହୋଇଛି। ଛତିଶଗଡ ଗଙ୍ଗାଲୁରରେ ଘଟିଛି ଏହି ଘଟଣା। ଖସି ଯାଉଥିବା ନକ୍ସଲମାନେ ୨ ଗୁରୁତର ସାଥୀଙ୍କୁ ବୋହି ନେଉଥିବା ଦେଖିବାକୁ ମିଳିଛି। ତେବେ ସେମାନେ ଜୀବୀତ ନା ମୃତ ତାହା ସ୍ପଷ୍ଟ ହୋଇ ପାରିନି।

ଗତକାଲି ଛତିଶଗଡ଼ର ୨୦ଟି ବିଧାନସଭା ନିର୍ବାଚନ ନିମନ୍ତେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ନିର୍ବାଚନକୁ ଭଣ୍ଡୁର କରିବାକୁ ଶତାଧିକ ନକ୍ସଲ ଛତିଶଗଡ ଗଙ୍ଗାଲୁରରେ ପୁଲିସ୍‌ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ନକ୍ସଲଙ୍କର ପ୍ରାୟ ଅଧ ଘଣ୍ଟା କାଳ ଗୁଳି ବିନିମୟ ହୋଇଥିଲା।

ଏହି ଆକ୍ରମଣରେ ୨ ଜଣ ନକ୍ସଲ ଆହତ ହୋଇଥିବା କୁହାଯାଉଛି। ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ନିଜ ସାଥୀଙ୍କୁ ନେଇ ଜଙ୍ଗଲରେ ପଳାଇଥିଲେ। ଯାହାର ଚିତ୍ର ଡ୍ରୋନ୍ କ୍ୟାମେରାରେ କଏଦ ହୋଇଛି। ତେବେ ସେହି ଦୁଇ ନକ୍ସଲ ଆହତ କି ସେମାନଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇପାରିନାହିଁ।

Leave a Reply

Your email address will not be published. Required fields are marked *