ବଞ୍ଚିଥାଉ ଥାଉ ବାର୍ଦ୍ଦକ୍ୟ ଭତ୍ତା ହିତାଧିକାରୀଙ୍କୁ ମୃତ୍ୟୁ ଖବର

ବଞ୍ଚି ଥାଉ ଥାଉ ମଣିଷକୁ ମାରି ଦେଉଛନ୍ତି ଦଶମନ୍ତପୁର ବ୍ଲକ ପ୍ରଶାସନ l ବଞ୍ଚି ଥାଇ ମୃତ୍ୟୁ ର ଖବର ପାଇଛନ୍ତି ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ l ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ବଦଳିକୁଡୁମା ଗ୍ରାମର ମାନୁ ଗୌଡ଼ l ତାଙ୍କର ଆଗ ପଛ ବୋଲି କେହି ନାହିଁ l ନିଜ ନାତି ଘରେ ମୁଣ୍ଡଗୁଞ୍ଜି ଜୀବନ ଅତିବାହିତ କରୁଛନ୍ତି ମାନୁ l ବଳ ବୟସ ସରିଗଲାଣି କାମ ଧନ୍ଦା କରି ପାରୁନାହାନ୍ତି l ମାସିକ ଭତ୍ତା ଟଙ୍କା କୁ ହିଁ ଭରଷା l ମାନୁ ଗୌଡ଼ ୮0 ବର୍ଷ ରୁ ଉର୍ଦ୍ଧ ହୋଇଥିବା ରୁ ମାସିକ ବାର୍ଦ୍ଧକ୍ୟ ଭତ୍ତା ୭ ଶହ ଟଙ୍କା ପାଉଥିଲେ ହେଲେ କିଛି ମାସ ହେଲା ଭତ୍ତା ଟଙ୍କା ନ ମିଳିବାରୁ ଭତ୍ତା ବଣ୍ଟନ କରୁଥିବା ପଞ୍ଚାୟତ ଅଧିକାରୀ ମାନଙ୍କୁ ଅବଗତ କରିଥିଲେ l ବାରମ୍ବାର କହିବା ସ୍ୱତ୍ୱେ କୌଣସି ସୁଫଳ ନ ମିଳିବାରୁ ସୋମବାର ନିଜ ନାତି କୁନା ସହ ବୃଦ୍ଧ ମାନୁ ଗୌଡ଼ ବ୍ଲକ ର ଦ୍ଵାରସ୍ତ ହୋଇଥିବା ବେଳେ ସେଠାରେ ତାଙ୍କୁ ମୃତ ଦର୍ଶା ଯାଇଥିବା ଶୁଣିବାକୁ ପାଇଥିଲେ ଏବଂ ଆଶ୍ଚର୍ଯ୍ୟ ହୋଇଯାଇଥିଲେ l ଏ ସମ୍ପର୍କରେ ସ୍ଥାନୀୟ ବି.ଏସ.ଏସ.ଓ (BSSO) ଗୌରାଙ୍ଗ କୁନର ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ହେଲେ ସେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ଏବଂ ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ l ତାଙ୍କ ପାଖରେ ବର୍ତମାନ ନା ଖାଇବା ପାଇଁ କିଛି ଅଛି, ନା ତାଙ୍କୁ ଦେଖିବାକୁ କିଏ ଅଛି ! ଗତ କିଛି ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ରେ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି ! ତେବେ ବଞ୍ଚି ଥାଉ ଥାଉ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ ଙ୍କୁ କାଗଜ କଲମ ରେ ମୃତ ଦର୍ଶାଉଥିବା ଖବର କୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ହେଉଛି ।

ଦଶମନ୍ତପୁରରୁ ଶୈଳେଶ ଏସ ଖୋଡିଆର,ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours