Wed. Oct 14th, 2026

ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଭିତରର ଫଟୋ,ପଥର ଓ ବାଲି ପ୍ୟାକିଂ ହୋଇଥିବା ମୁଖଶାଳା ଭିତର ପାର୍ଶ୍ୱ ଦେଖିବାକୁ ମିଳିଛି। ଝୁଲି ରହିଛି ପଥର ଓ ବିମ୍। ASI ପକ୍ଷରୁ ଏଣ୍ଡୋସ୍କୋପିକ୍ ଇନଭେଷ୍ଟିଗେସନ ବେଳେ ଏହି ଫଟୋ ଉଠାଯାଇଛି। ସେପଟେ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରକ୍ରିୟା ପୁଣିଥରେ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଆଇରନ ଷ୍ଟ୍ରକଚର୍‌ କାର୍ଯ୍ୟ କିଛି ଦିନ ବନ୍ଦ ରହିବା ପରେ ରବିବାରଠୁ ପୁନଃ ଏହି କାର୍ଯ୍ୟ ଆରମ୍ଭ ହୋଇଛି।

ବାଲି କାଢିବା ଲାଗି ପ୍ଲାଟଫର୍ମରେ ଲିଫ୍ଟ, ଟ୍ରଲି ଭଳି ମେକାନିକାଲ ସିଷ୍ଟମ ରହିଛି। ଫଳରେ ମନ୍ଦିର ଗର୍ଭଗୃହରୁ ବାଲି ଓ ପଥର ବୋହିବା ସହଜ ହେବ। ମନ୍ଦିର ପଶ୍ଚିମ ଦ୍ୱାର ଦ୍ୱିତୀୟ ପିଢ଼ରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ ୪ ଫୁଟରେ ୫ ଫୁଟ ଏକ ଗର୍ତ୍ତ ଖୋଳାଯିବ। ସେହି ବାଟ ଦେଇ ଗର୍ଭଗୃହରୁ ବାଲି କଢ଼ାଯିବ। ASI ପକ୍ଷରୁ ବାଲି କଢାଯିବ।

ସୂଚନାଥାଉ କି, ଏଏସ୍‌ଆଇ ଦ୍ୱାରା ନିଯୁକ୍ତ ନିର୍ମାଣ ସଂସ୍ଥା ଦ୍ୱାରା ପ୍ରାଥମିକ ପର୍ଯ୍ୟାୟରେ ଲିଫ୍ଟ ପାଇଁ ପ୍ଲାଟଫର୍ମ ନିର୍ମାଣ ପରେ କ୍ରେନ୍‌ ସହାୟତାରେ ଲୁହା ଷ୍ଟ୍ରକଚର୍‌ କାର୍ଯ୍ୟ ଗତ ଜାନୁଆରୀରେ ଆରମ୍ଭ କରାଯାଇଥିଲା। ହେଲେ କିଛିଦିନ ପରେ ଏହି କାର୍ଯ୍ୟ ବନ୍ଦ ରହିଥିଲା । ୬ ମାସ ପରେ ପୁନଃ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *