ନକଲି ଡାକ୍ତର ଗିରଫ,ନକଲି ସାର୍ଟିଫିକେଟରେ ଚାଲିଥିଲା ଚିକିତ୍ସା

ଗିରଫ ହେଲେ ନକଲି ଡାକ୍ତର । ପଢାପଢି ପ୍ରାଲସ ଟୁ , ହେଲେ ବଡ଼ ବଡ଼ ଅନୁଷ୍ଠାନ ନାଁରେ ନକଲି ସାର୍ଟିଫିକେଟ ବଳରେ ଚିକିତ୍ସା ନାଁରେ ଚଳାଇଥିଲେ ଅର୍ଥ ରୋଜଗାର । ସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ପ୍ରତି ଗାଁରେ ମେଡିସିନ ଷ୍ଟୋର ଖୋଲି ସାଧାରଣ ରୋଗୀଙ୍କୁ ଚିକିତ୍ସା ଆଳରେ ଅର୍ଥ ରୋଜଗାର ପନ୍ଥା ଭାବେ ଆପଣେଇ ମାଲାମାଲ ହେଉଛନ୍ତି ନକଲି ଡାକ୍ତର । ତେବେ ବ୍ରହ୍ମପୁର ଜିଲ୍ଲା ପୋଲିସ୍ ର ଉଦ୍ୟମରେ ଜଣେ ନକଲି ଡାକ୍ତର କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଗ୍ରାମ ବବୁଲ ମେଡିସିନ ଦୋକାନରେ ରବିବାର ପୋଲିସ୍ ଚଢ଼ାଉ କରି ଡାକ୍ତର ପରିଚୟ ଦେଇ ରୋଗୀକୁ ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି । ସମସ୍ତ ପ୍ରମାଣ ସହ ସୋମବାର କୋର୍ଟ ଚାଲାଣ କରିଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ । ଗିରଫ ନକଲି ଡାକ୍ତର ହେଲେ ଢେଙ୍କାନାଳ ଜିଲ୍ଲା ପଜରଙ୍ଗ ଥାନା ସଣ୍ଡା ଗ୍ରାମର ଶୁଭ୍ରଜିତ ପଣ୍ଡା । ଗିରଫ ନକଲି ଡାକ୍ତର ଜଣକ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ଶ୍ରେଣୀ ହୋଇଥିବା ବେଳେ ସେ ଜର୍ମାନୀ , ଦିଲ୍ଲୀ ଭଳି ବଡ଼ ମେଡ଼ିକାଲର ନକଲି ସାର୍ଟିଫିକେଟ ଆଣି ଲୋକଙ୍କୁ ଚିକିତ୍ସା କରିଆସୁଥିଲେ । ପରବର୍ତ୍ତୀ ସମୟରେ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଗାନ୍ଧୀ ମେଡିକାଲ କଲେଜରେ ଡବ୍ଳଏଚ୍ଓର ଜଣେ ସଦସ୍ୟ ବୋଲି ନିଜକୁ ପରିଚୟ ଦେବା ସହ ଅସ୍ଥିଶଲ୍ୟ ଡାକ୍ତର ଭାବେ ରୋଗୀ ଚିକିତ୍ସା କରିଆସୁଥିଲେ । ତେବେ ୨୦୨୦ ଫେବୃଆରି ୮ ତାରିଖରେ ଚିକାଲଗୁଡା ଥାନା ପୋଲିସ ନକଲି ଡାକ୍ତର ଦର୍ଶାଇ ଗିରଫ କରିଥିଲେ । ୧୫ ଦିନ ଜେଲରେ ରହିବା ପରେ ସେ କଟକରେ ଏକ ବେସରକାରୀ କ୍ଳିନିକ ମଧ୍ୟ ଖୋଲିଥିଲେ ।

ଏପରିକି ସେ ଦୀର୍ଘ ଦିନ ହେଲା ଗଞ୍ଜାମ ଆସି ଡେଙ୍ଗାଓସ୍ତାରେ ମଧ୍ୟ ଏହି କାରବାର ଚାଲୁ ରଖିବା ସହ ଜଣେ ରୋଗୀଙ୍କୁ ଦେଖିବା ପାଇଁ ୩୦୦ ଶହ ଟଙ୍କା ନେଉଥିଲେ । ତେବେ ଛଣମେରୀ ଗ୍ରାମର ସିମାଞ୍ଚଳ ସାହୁଙ୍କ ବଡ଼ମାଆଙ୍କ ହାତ କଚି ଫାଟିଥିବାରୁ ସେ ଉକ୍ତ କ୍ଳିନିକକୁ ଯାଇଥିଲେ । ସେଠାରେ ନକଲି ଡାକ୍ତରଙ୍କ ଔଷଧ ଖାଇବା ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଯାଇଥିଲେ । କିନ୍ତୁ ସେଠାକାର ଡାକ୍ତର ଉକ୍ତ କ୍ଳିନିକର କୌଣସି ରେଜିଷ୍ଟ୍ରାର ନମ୍ବର ନଥିବା ପରେ ନକଲି ଡାକ୍ତରଙ୍କ ପ୍ରତି ସନ୍ଦେହ ଜାତ ହେବାରୁ ବ୍ରହ୍ମପୁର ଏସ୍ ପି ଙ୍କୁ ଜଣାଇଥିଲେ । ରବିବାର ଏସ୍ ପିଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଥାନା ଅଧିକାରୀ ନିଜେ ଜଣେ ରୋଗୀ ଭାବରେ ଯାଇ ଡାକ୍ତରଙ୍କ ଅସଲ ମୁଖା ଖୋଲିଥିଲେ । ଯାହାଫଳରେ ସୋମବାର ନକଲି ଡାକ୍ତରଙ୍କୁ ଗିରଫ ପରେ ଡେଙ୍ଗାଓସ୍ତା ସମେତ କଟକ ଏବଂ ବାସଗୃହରେ ଚଢ଼ାଉ କରି ନକଲି ମେଡିସିନ, ବିଭିନ୍ନ ମେଡିକାଲର ନକଲି କାଗଜପତ୍ର ସମେତ ଏକ କାର ଜବତ କରି କୋର୍ଟ ଚାଲାଣ କରିଥିଲା । ସେଠାରେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ବ୍ରହ୍ମପୁର ଏସ୍ ପି ଶ୍ରବଣ ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଏଭଳି ନକଲି ଡାକ୍ତର ପ୍ରତି ଗାଁ ଗାଁରେ ପଶି ନିରୀହ ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ନାମରେ ଠକିବାରେ ଧୁରନ୍ଧର ପାଲଟିଛନ୍ତି।

You May Also Like

More From Author

+ There are no comments

Add yours