୯ ମାସର ଶିଶୁ ପୁତ୍ରକୁ ଧରି କୂଅକୁ ଡେଇଁପଡ଼ିଲା ମା’

ଶବ୍ଦ ଓଡିଶା ବ୍ୟୁରୋ: ପାରିବାରିକ କଳହକୁ ନେଇ ୯ ମାସର ଶିଶୁ ପୁତ୍ରକୁ ଧରି କୂଅକୁ ଡେଇଁପଡ଼ିଲା ମା’ । କଟକ ଜିଲ୍ଲା ନରସିଂହପୁର ବ୍ଲକ ବାଲିସାହି ନୂଆଗାଁ ଖମାର ସାହି ଗାଁରେ ଏହି ଘଟଣା ଘଟିଛି ।

ଖବର ପାଇବା ପରେ ନରସିଂହପୁର ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରାଯାଇଥିଲା । ଅଗ୍ନିଶମବାହିନୀ ମହିଳା ଓ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ । ପିଲାଟିର ମୃତ୍ୟୁ ହୋଇଥିବା ବେଳେ ମା’ ସୁରକ୍ଷିତ ଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You May Also Like

More From Author

+ There are no comments

Add yours