ରାଷ୍ଟ୍ରପତିଙ୍କ ହାତରୁ ରାୟଗଡ ଜିଲ୍ଲାପାଳ ଗ୍ରହଣ କଲେ ଭୂମି ସମ୍ମାନ

ରାୟଗଡ : ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ରାୟଗଡ ଜିଲ୍ଲାପାଳ ଭୂମି ସମ୍ମାନ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ଭୂମି ସମ୍ମାନ ପ୍ରଦାନ କରିବା ସହ ମାନପତ୍ର, ଓ ଫଳକ ପ୍ରଦାନ କରିଥିଲେ । ରାୟଗଡ ଜିଲ୍ଲାର ସମସ୍ତ ତହସିଲର ଖତିୟାନ କମ୍ପ୍ୟୁଟରୀକରଣ, କlଡାଷ୍ଟ୍ରାଲ ମ୍ୟାପ ଅଧୁନିକୀକରଣ , ଖତିୟାନ ସହ କାଡଷ୍ଟ୍ରାଲ ମ୍ୟାପ ସଂଯୋଗୀକରଣ, ଅନ ଲାଇନ ଜମି ପଞ୍ଜିକରଣ, ରେକର୍ଡ ରୁମ ଆଧୁନିକୀକରଣ ଆଦିର ମାପଦଣ୍ଡ ଉପରେ ସମୀକ୍ଷା କରି ଏସବୁରେ ଶତ ପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ ହାସଲ କରିଥିବାରୁ ରାୟଗଡ ଜିଲ୍ଲାକୁ ପ୍ଲାଟିନମ ଗ୍ରେଡ଼ର ସଫଳତା ମିଳିଥିବା ବେଳେ ଆଜି ଭୂମି ସମ୍ମାନରେ ସମ୍ମାନିତ କରାଯାଇଛି । ଭାରତ ସରକାରଙ୍କ ଗ୍ରାମୀୟ ଉନ୍ନୟନ ମନ୍ତ୍ରଣାଳୟର ଭୁ ସମ୍ପଦ ବିଭାଗ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି l ଆଜିର ଏହି ପୁରସ୍କାର ଗ୍ରହଣ ଉତ୍ସବରେ ଜିଲ୍ଲାପାଳଙ୍କ ସହିତ ଗୁଡ଼ାରି ତହସିଲଦାର ଶ୍ରୀମତୀ ଭାରତୀ ଦେବୀ, ମୁନିଗୁଡା ତହସିଲଦାର ସୁଶ୍ରୀ ଅନାମିକା ପାଣ୍ଡେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଉପସ୍ଥିତ ଥିଲେ ।

ରାୟଗଡ଼ାରୁ ଅଜିତେଶ ପଟ୍ଟନାୟକଙ୍କ ରିପୋର୍ଟ,ଶବ୍ଦ ମିଡ଼ିଆ

You May Also Like

More From Author

+ There are no comments

Add yours