Wed. Oct 14th, 2026

ଚନ୍ଦାହାଣ୍ଡି — ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶିକ୍ଷା ବିଭାଗ ରେ ଅନ୍ତର ନିବେଶ ଶିକ୍ଷା ସ୍ଵେଚ୍ଛାସେବୀ ଭାବରେ କାର୍ଯ୍ୟରତ ତ୍ରିନାଥ ଗତ କିଛି ଦିନ ତଳେ ପି ଇ ଓ ପରୀକ୍ଷା ଦେବା କୁ ଯାଉଥିବା ସମୟରେ ବାଇକ ଦୁର୍ଘଟଣା ରେ ପ୍ରାଣ ହରାଇଥିଲେ l ଆଜି ତାଙ୍କ ଦଶାହ କାର୍ଯ୍ୟ ରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭେନ କୁମାର ମଣ୍ଡଳ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମଚାନ୍ଦ ଧୂରୁଆ, ସେକ୍ସନ ଅଫିସର କୃଷ୍ଣ ଚନ୍ଦ୍ର ବେହେରା, ଆକାଉଣ୍ଟ ଟାଣ୍ଡ ବିପ୍ଳବ ବିସ୍ଵାଶ, ଗୋଷ୍ଠୀ ଭିନ୍ନକ୍ଷମ ସାଧନ କର୍ମୀ ମାନସ ମଲ୍ଲିକ ଏମ ଡି ଏମ ଡି ଓ ଭାସ୍କର ବେହେରା l ଆଜି ମୃତକ ଭିନ୍ନକ୍ଷମ ସ୍ୱେଚ୍ଛାସେବୀ ତ୍ରିନାଥ ପାଣ୍ଡେ ଙ୍କ ବିଧବା ସ୍ତ୍ରୀ ଗୟନ୍ତୀ ପାଣ୍ଡେ ଙ୍କୁ ଭେଟି ସମବେଦନା ଦେବା ସହ l ସ୍ବର୍ଗତ ତ୍ରିନାଥ ପାଣ୍ଡେ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆତ୍ମା ର ସଦଗତି କାମନା କରିଥିଲେ l ସ୍ୱାମୀ ଙ୍କୁ ହରାଇ ସ୍ତ୍ରୀ ଗୟନ୍ତୀ ସମ୍ପୂର୍ଣ ଭାବରେ ଭାଙ୍ଗିପଡିବା ସହ ଵର୍ତମାନ ନିଜର 4 ବର୍ଷ ର ଛୁଆ କୁଶ ରାଜ ର ଭବିଷ୍ୟତ କିପରି ଗଠନ କରିବ ଏହା କୁ ନେଇ ଘୋର ଚିନ୍ତାରେ ସ୍ତ୍ରୀ ଗୟନ୍ତୀ ସ୍ୱାମୀ ଙ୍କ ଜାଗାରେ ତାଙ୍କୁ ସ୍ବେଛ୍ୱାସେବୀ ଭାବରେ ନିଯୁକ୍ତି ଦେବା ପାଇଁ ସେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ନିବେଦନ କରିଥିଲେ l ଏ ବାବଦରେ ସେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରୀ ମଣ୍ଡଳ ପ୍ରତିଶ୍ରୁତି ଦେଇଥିଲେ l ଏ ଦିଗରେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l

ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା, ଶବ୍ଦ ମିଡ଼ିଆ

Leave a Reply

Your email address will not be published. Required fields are marked *