ଚିରଦିନ ପାଇଁ ଚାଲି ଗଲେ ଖଇରୀ ମାଆ

ଶବ୍ଦ ଓଡିଶା ବ୍ୟୁରୋ: ଚିରଦିନ ପାଇଁ ଚାଲି ଗଲେ ଖଇରୀର ମାଆ । ନଦୀକୂଳରୁ ଉଦ୍ଧାର ହୋଇଥିବା ବାଘୁଣୀ ଖଇରୀକୁ ନିଜ ପିଲା ଭଳି ଲାଳନପାଳନ କରିଥିବା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ ସରୋଜ ରାୟ ଚୌଧୁରୀଙ୍କ ପତ୍ନୀ ନିହାର ନଳିନୀ ସ୍ୱାଇଁଙ୍କ ପରଲୋକ । କଟକ ସିଦ୍ଧେଶ୍ୱର ସାହିର ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ୮୮ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି। ୪୭ ବର୍ଷ ତଳେ ଖଇରୀ ନଦୀକୂଳରୁ ଉଦ୍ଧାର ହୋଇଥିବା ଖଇରୀର ଲାଳନପାଳନ କରିଥିଲେ ନିହାର ନଳିନୀ। ତାଙ୍କ ଭଲ ପାଇବା ଓ ସ୍ନେହ ଆଦର ଯୋଗୁ ଖଇରୀ ଜଙ୍ଗଲ ବଦଳରେ ଘରେ ରହିବାକୁ ପସନ୍ଦ କରିଥିଲା। ପାଗଳ କୁକୁର କାମୁଡ଼ାରେ ରୋଗାକ୍ରାନ୍ତ ଖଇରୀର ୧୯୮୧ ମାର୍ଚ୍ଚ ୨୮ରେ ମୃତ୍ୟୁ ହୋଇଥିଲା ।

ଠିକ‏ ବର୍ଷକ ପରେ ସରୋଜ ରାୟ ଚୌଧୁରୀଙ୍କର ମଧ୍ୟ ପରଲୋକ ଘଟିଥିଲା। ସ୍ୱାମୀଙ୍କ ମୃତୁ ପରେ ନିହାର ନଳିନୀ ସ୍କାଉଟ୍‍ ଏବଂ ଗାଇଡ୍ସରେ ପ୍ରଶିକ୍ଷିକା ଭାବେ କାର୍ୟ୍ୟ ତୁଲାଇଥିଲେ। ତେବେ କୌଣସି ସନ୍ତାନ ନ ଥିବାରୁ ଚାକିରିରୁ ଅବସର ପରେ ସେ କଟକ ସିଦ୍ଧେଶ୍ୱର ସାହିରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ରହୁଥିଲେ। ସେ ଖାଇ ସାରି ବିଶ୍ରାମ ନେଇଥିଲେ କିନ୍ତୁ ଆଉ ଉଠି ନ ଥିଲେ।

You May Also Like

More From Author

+ There are no comments

Add yours