ପ୍ରମୋଦ ମଲ୍ଲିକଙ୍କ ସହ କଥାବର୍ତ୍ତା
ପ୍ରଶ୍ନ -ଜଣେ କୃଷି ବିଶେଷଜ୍ଞରୁ ରାଜନେତା,ଏମିତି ଅଭିଳାଷ କେବେଠୁ ଓ କାହିଁକି ??
ଉତ୍ତର -ଏହାର ଆରମ୍ଭ ୧୯୭୭ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ମୁଁ ରେଭେନ୍ସା କଲେଜରେ ପାଠ ପଢ଼ୁଥିଲି। ସେତେବେଳେ ଜୟପ୍ରକାଶ ନାରାୟଣଙ୍କ ଦ୍ଵାରା ଚାଲିଥିବା ଆନ୍ଦୋଳନ ମତେ ବ୍ୟାପକ ଭାବେ ପ୍ରଭାବିତ କରିଥିଲା। ସେବେଠାରୁ ମୁଁ ନିଷ୍ପତି ନେଇଥିଲି, ମୁଁ କିଛି କରିବି। ଯେହେତୁ ମୁଁ ଗୋଟିଏ ରାଜନୈତିକ ପରିବାରରୁ ଆସିଥିଲି, ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ, ଏଵଂ ନିର୍ବାଚିତ ବିଧାୟକ ଥିଲେ ତେଣୁ ତାଙ୍କୁ ଦେଖି ମୁଁ ମଧ୍ୟ ସବୁବେଳେ ଭାବୁଥିଲି ଲୋକଙ୍କ ମଙ୍ଗଳ ପାଇଁ କିଛି କରିବି। ମୋର ରାଜନୀତି ବା ଲୋକଙ୍କ ପାଇଁ କିଛି କରିବାର ଇଚ୍ଛା ୧୯୭୭ ମସିହାରୁ ଥିଲା। ସେତେବେଳେ ବାପାଙ୍କ ସହ ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ, ନୀଳମଣି ରାଉତରାୟଙ୍କ ପରି ଆମ ଓଡ଼ିଶାର କେତେ ଜଣା ମହାନ୍ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ ପାଇଥିଲି। ସେମାନଙ୍କ ସଂସ୍ପର୍ଶରେ ଆସିବା ପରେ ମୋ ମନରେ ବିକାଶରର ଚିନ୍ତା ଧାରା ସୃଷ୍ଟି ହୋଇଥିଲା, ମୁଁ ସେମାନଙ୍କ ପରି ହେବାକୁ ଇଛା କରିଥିଲି।
ପ୍ରଶ୍ନ -ଆପଣଙ୍କ ପରିବାର ,ଆପଣଙ୍କ ବାପା ଦେଶର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । କେମିତି ଲାଗେ ବାପାଙ୍କ ଜୀବନ ଓ ଆଦର୍ଶ ?
ଉତ୍ତର — ବାପାଙ୍କ ଆଦର୍ଶ ଜୀବନ ମତେ ପୂର୍ଣ୍ଣ ମାତ୍ରାରେ ପ୍ରଭାବିତ କରିଛି। ମୁଖ୍ୟ କାରଣ ହେଉଛି ତାଙ୍କ ବିଚାର ଧାରା। କେବଳ ବାପା ନୁହେଁ ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କ ବିଚାର ଧାରା ମଧ୍ୟ ମତେ ବହୁ ମାତ୍ରାରେ ପ୍ରଭାବିତ କରିଛି।
ପ୍ରଶ୍ନ -ନିଆଳି ଆପଣଙ୍କ ଜନ୍ମଭୂମି । ଆପଣଙ୍କ ସବୁ ସମ୍ପର୍କ ଭିତରେ ଖୁବ ଭିନ୍ନ ହୋଇ ବାରିପଡେ ଏହି ସମ୍ପର୍କ । କଣ କହିବେ?
ଉତ୍ତର – ମୋ ବାପାଙ୍କ ଜନ୍ମ ସ୍ଥାନ ହେଉଛି ଅଲିଙ୍ଗ ଗ୍ରାମରେ। ମୁଁ କୃଷି କ୍ଷେତ୍ରରେ ପାଠ ପଢିଲି, ଚାକିରି କରିଲି ଏହାରି ଭିତରେ ମାଟିକୁ ଭଲ ପାଇ ବସିଲି, ମୋ ମାଟି ନିଆଳି ପ୍ରତି ମୋର ଆକର୍ଷଣ ବଢ଼ିଲା।
ପ୍ରଶ୍ନ -ନିଆଳିରେ ଅନେକ ବିକାଶ ହୋଇଛି । ତେବେ କେଉଁ ପ୍ରମୁଖ ଦିଗ ନିଆଳିକୁ ନିଆରା କରିବାରେ ସାହର୍ଯ୍ୟ କରିବ। ସରକାରଙ୍କ ଲୋକାଭିମୁଖୀ ଯୋଜନା ,ଆପଣଙ୍କ ନିର୍ବାଚନମଣ୍ଡଳୀରେ କେତେ ପହଁଚିପାରିଛି?
ଉତ୍ତର – ସରକାରଙ୍କ ଲୋକାଭିମୁଖୀ ଯୋଜନା ଆମ ନିର୍ବାଚନ ମଣ୍ଡଳୀରେ ପ୍ରାୟତଃ ପହଞ୍ଚିଛି। କିନ୍ତୁ କିଛି ବାକି ଅଛି ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ବର୍ତ୍ତମାନ ଆମେ ପ୍ରୟାସ ଜାରି ରଖିଛୁ। ସରକାରଙ୍କ କାର୍ଯକ୍ରମ ପ୍ରୋତ୍ସାହନ ଚାଲିଛି, କିନ୍ତୁ କିଛି ଦାୟିତ୍ଵ ଆମ ସମସ୍ତଙ୍କର ରହିଛି, ଆମେ ଲୋକଙ୍କ କଥା ସରକାରଙ୍କ ପାଖରେ ପହଞ୍ଚାଇବା ପରେ ସେଗୁଡିକ କାର୍ଯ୍ୟକାରୀ ହୋଇ ପାରିବ। ସରକାରଙ୍କୁ ଜଣେଇବା ଦାୟିତ୍ଵ ଆମ ସମସ୍ତଙ୍କର।
ପ୍ରଶ୍ନ -ଲୋକେ ଆପଣଙ୍କୁ କଥା ଛଳରେ ଗଛ ଡାକ୍ତର ଭାବେ ବେଶୀ ଜାଣନ୍ତି । ଏଭଳି ଗୋଟେ ନାଁ ଓ ପରିଚୟ କେମିତି ଲାଗେ?
ଉତ୍ତର – ଗଛ ଡାକ୍ତର ନାମ ମତେ ବହୁତ୍ ଖୁସି ଦିଏ। ମୁଁ ଗଛକୁ ଭଲ ପାଏ। ଏହି ନାମଟି ୨୦୦୯ ମସିହାରେ ମତେ ମିଳିଥିଲା। ମୋର ନାମ ଯାହା ଆମ ମାନ୍ୟବର ବିଧାୟକଙ୍କ ନାମ ସମାନ, ତେଣୁ ଦ୍ଵନ୍ଦ ଦୂର ପାଇଁ ଆମ ଅଞ୍ଚଳର ବୟସ୍କ ଲୋକ ମାନେ ମତେ କହୁଥିଲେ ,ବିଧାୟକ ମଣିଷ ଡାକ୍ତର ତୁ ଗଛ ଡାକ୍ତର। ମତେ ଗଛ ଡାକ୍ତର ନାମଟି ବେଶ୍ ଆନନ୍ଦ ଦିଏ।
ପ୍ରଶ୍ନ -ରାଜନୀତିରେ ଆପଣ କେଉଁ ମୌଳିକ ଦିଗ ପ୍ରତି ଦୃଷ୍ଟି ଦିଅନ୍ତି?
– ସ୍ଵାଧୀନତା ସଂଗ୍ରାମୀ ପରିବାରରୁ ଆସିଥିବାରୁ ଗର୍ବ କରେ, ସେ ଖୁସି ଭାଷାରେ ବର୍ଣ୍ଣନା କରି ହେବ ନାହିଁ। ମୋ ବାପାଙ୍କ ଜୀବନୀ ମତେ ବହୁ ମାତ୍ରାରେ ପ୍ରଭାବିତ କରେ, ଏଥି ପାଇଁ ମୁଁ ଦୁଇ ଦୁଇଥର ଚାକିରି ମଧ୍ୟ ଛାଡ଼ିଛି। କେବଳ ମୋ ବାପା ନୁହେଁ ଅନ୍ୟ ସ୍ଵାଧୀନତା ସଂଗ୍ରାମୀଙ୍କ ଜୀବନୀ ମଧ୍ୟ ମତେ ପ୍ରଭାବିତ କରେ। ମୁଁ ପ୍ରତ୍ୟେକ ଯୁବ ସମାଜକୁ ଆହ୍ବାନ କରୁଛି ସେମାନେ ମଧ୍ୟ ନିଜ ଅଞ୍ଚଳ, ଦେଶ, ରାଜ୍ୟର ସ୍ଵାଧୀନତା ସଂଗ୍ରାମୀଙ୍କ ଜୀବନକୁ ଅନୁସରଣ କରନ୍ତୁ, ଏହାଦ୍ବାରା ଯୁବ ସମାଜକୁ ସଠିକ୍ ବାଟରେ ଯିବା ସହ ଶୃଙ୍ଖଳିତ ଜୀବନ ଜାପାନ କରି ପାରିବେ। ନିଜେ ନିଜ ଠିକ୍ ଭୁଲ ବିଚାର କରି ପାରିବ।
ଉତ୍ତର – – ମୋର ମୌଳିକ ଉଦ୍ଦେଶ୍ୟ ଲୋକଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିବା ସହ କୃଷିର ବିକାଶ। କୃଷି ବିକାଶ କହିଲେ କେବଳ ଫସଲ ନୁହେଁ ଏହା ବ୍ୟାପକ, ମାଛ ଚାଷ, ପଶୁପାଳନ ସହ କ୍ଷେତରେ ଚାଷକୁ ପ୍ରାଧାନ୍ୟ ଦେବି। ଗୋଟିଏ ଭାଷାରେ କହିଲେ ମୋ ଅଞ୍ଚଳର ପାନ, ଧାନ, ମୀନର ସୁରକ୍ଷା ମୋର ମୁଖ୍ୟ ଉଦ୍ଦେଶ୍ୟ। ଏହାସହ ସବୁ କ୍ଷେତକୁ ପାଣି ସଂଯୋଗ, ନଦୀ ନାଳରେ ପାଣି ସଂରକ୍ଷଣ ସହ ଭୂତଳ ଜଳ ସ୍ତର ସଂରକ୍ଷଣ ମୋର ମୂଳ ଲକ୍ଷ୍ୟ।
ପ୍ରଶ୍ନ-ଆପଣଙ୍କ ପାଇଁ ପ୍ରମୁଖ ପ୍ରସଙ୍ଗ କଣ?
ଉତ୍ତର — ମୋର ଗୋଟିଏ ପ୍ରସଙ୍ଗ, କୃଷିର ବିକାଶ ହେଲେ ମୋ ଅଞ୍ଚଳର ବିକାଶ ହେବ, ଯୁବ ସମାଜକୁ କୃଷି ସହ ଯୋଡିବାକୁ ପ୍ରୟାସ କରିବି। ସେମାନଙ୍କ ଆର୍ଥିକ ମାନଦଣ୍ଡ ମଜଭୁତ କରିବି। ସରକାର ରାସ୍ତାଘାଟ, ସ୍ବାସ୍ଥ୍ଯ, ଶିକ୍ଷା ସବୁ ବିକାଶ କରିଛନ୍ତି।
ପ୍ରଶ୍ନ-ନିଜ ଅଂଚଳର ବିକାଶ ପାଇଁ ରାଜନୀତିରେ ପାଦ ଥାପିବା, କାହିଁକି ଜରୁରୀ ବୋଲି ଆପଣ ଭାବନ୍ତି ?
ଉତ୍ତର- ଲୋକମାନେ ଭାବନ୍ତି ରାଜନୀତି ରେ ଆସିଲେ ହି ଲୋକଙ୍କ ଦୁଃଖ ବୁଝି ହେବ, ମୁଁ ତାହା ବିଶ୍ଵାସ କରେନି, ବିକାଶ ପାଇଁ ନିଜକୁ ନିଜେ ଯୋଡି ହେବା ଜରୁରୀ।
ପ୍ରଶ୍ନ- ଜଣେ ସଂଗ୍ରାମୀ ପରିବାରରୁ ଆସିଥିବାରୁ କେତେ ଗର୍ବ କରନ୍ତି. କେମିତି ଲାଗେ ?
ପ୍ରଶ୍ନ-କୃଷିପ୍ରଧାନ ନିଆଳିରେ ଲୋକଙ୍କ ଜୀବନର ମାନ ବଢାଇବାକୁ ହେଲେ କଣ କରିବାକୁ ହେବ ?
ଉତ୍ତର- ନିଆଳିବାସୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିବା ପାଇଁ ସେମାନଙ୍କୁ ବଜାର ସହ ଯୋଡିବା, ସେମାନଙ୍କ ଫସଲକୁ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା ସରକାର କରିଛନ୍ତି ତାହାର ଉପଯୋଗ, ଏହାସହ ଏହି ଅଞ୍ଚଳର ଦୁଗ୍ଧ ଚାଷୀଙ୍କୁ ଓମଫେଡ଼ ସହ ଯୋଡିବା। ଛେଳି, ମେଣ୍ଢା,କୁକୁଡ଼ା, ପଶୁପାଳନକୁ ଅଧିକ ପ୍ରୋତ୍ସାହିତ କରିବା ଆବଶ୍ୟକ ।
+ There are no comments
Add yours