Wed. Oct 14th, 2026

ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ନେଇ କିଛି ବଡ ଖବର ସାମ୍ନାକୁ ଆସିଛି । ସେ ଲୋକସଭା ନିର୍ବାଚନ ଲଢିପାରନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାର୍ଟି ଶିବସନୋରେ ଯୋଗଦେବା ପରେ ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଶିବସେନାରେ ସାମିଲ ହୋଇଛନ୍ତି ଅଭିନେତା ଗୋବିନ୍ଦା। ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି। ଶିନ୍ଦେଙ୍କ ଦଳ ତାଙ୍କୁ ମୁମ୍ବାଇ ଉତ୍ତର ପଶ୍ଚିମ ଲୋକ ସଭା ଆସନରୁ ଟିକେଟ୍‌ ଦେଇପାରେ ବୋଲି ଅନୁମାନ କରାଯାଉଛି। ଯଦି ଏହା ଘଟେ ତେବେ ସେ ଶିବସେନା (ୟୁବିଟି) ପ୍ରାର୍ଥୀ ଅମୋଲ କୀର୍ତ୍ତିକରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଏହାପୂର୍ବରୁ ବୁଧବାର ଗୋବିନ୍ଦା ଶିନ୍ଦେ କ୍ୟାମ୍ପ ନେତା ତଥା ପୂର୍ବତନ ଶିବସେନା ବିଧାୟକ କୃଷ୍ଣ ହେଗଡେଙ୍କୁ ଭେଟିଥିଲେ, ଯାହାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଏହା ପୂର୍ବରୁ ଗୋବିନ୍ଦା ଗୋବିନ୍ଦା ପ୍ରଥମଥର ପାଇଁ ନିର୍ବାଚନ ଲଢୁନାହାଁନ୍ତି ବରଂ ଏହା ପୂର୍ବରୁ ସେ ୨୦୦୪-୨୦୦୯ ପର୍ଯ୍ୟନ୍ତ ସାଂସଦ ଥିଲେ । ସେତେବେଳେସେ କଂଗ୍ରେସ ପାର୍ଟି ଟିକେଟରୁ ନିର୍ବାଚନ ଲଢିଥିଲେ । ଗୋବିନ୍ଦା ମୁମ୍ବାଇ ନର୍ଥ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେତେବେଳେ ସେ ବିଜେପିର ରାମ ନାଇକଙ୍କୁ ପରାସ୍ତ କରିଥିଲେ । ସୂଚନା ଥାଉକି ମହାରାଷ୍ଟ୍ରର ୪୮ ଲୋକସଭା ଆସନ ପାଇଁ ଦୁଇଠି ପର୍ଯ୍ୟାୟ ଏପ୍ରିଲ ୧୯ ଓ ମେ ୨୦ ତାରିଖରେ ନିର୍ବାଚନ ହେବ। ଜୁନ ୪ ତାରିଖରେ ଭୋଟ ଗଣତି କରାଯିବ।

Leave a Reply

Your email address will not be published. Required fields are marked *