ବିଜେପିରେ ସାମିଲ ହେଲେ ଭର୍ତ୍ତୃହରି ଓ ସିଦ୍ଧାନ୍ତ

ବିଜେପିରେ ସାମିଲ ହେଲେ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର । ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଭର୍ତ୍ତୃହରି ଓ ସିଦ୍ଧାନ୍ତ । ଭର୍ତ୍ତୃହରି ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ । ସେହିଭଳି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ପଦ୍ମ ଧରିଛନ୍ତି । ସିଦ୍ଧାନ୍ତ ଏହାପୂର୍ବରୁ ୨ ଥର ବ୍ରହ୍ମପୁରରୁ ବିଜେଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ବ୍ୟତୀତ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।ଭର୍ତ୍ତୃହରି ବିଜେଡି ଛାଡିବା ପରେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଆଜି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭର୍ତ୍ତୃହରି । ଦିଲ୍ଲୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ଉପ-ସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।
ବିଜେପିରେ ସାମିଲ ପରେ ସାଂସଦ ଭର୍ତୃହରି ମହତାବ କହିଛନ୍ତି, ରାଷ୍ଟ୍ରବାଦ, ଏକାତ୍ମତା ଓ ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ । ଗତ ୧୦ ବର୍ଷରେ ମୁଁ ଏହା ଅନୁଭବ କରିଛି । ତେଣୁ ବର୍ତମାନ ରାଷ୍ଟ୍ରବା ଦସହ ଯୋଡି ହେବାକୁ ନିର୍ଣ୍ଣୟ ନେବା ଠିକ୍ ଭାବିଲି । ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ । ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ୱାସ ଓ ନଡ୍ଡାଙ୍କ ପ୍ରେରଣା ଆଗକୁ ନେବାକୁ ସାହାଯ୍ୟ କରିବ । ଏକ ନୂଆ ଟିମ୍ ସହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛି । ଓଡ଼ିଶାରେ ଯେଉଁ ପରିବର୍ତନ ହେବାକୁ ଯାଉଛି, ତାହା ଆସିଲେ ସମସ୍ତେ ଦେଖିପାରିବେ ।

You May Also Like

More From Author

+ There are no comments

Add yours