କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୱେବ ପୋର୍ଟାଲ ଶୁଭାରମ୍ଭ

ରାୟଗଡ:-କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୱେବ ପୋର୍ଟାଲ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ l
“ଆଜିଠାରୁ ଆସନ୍ତା ଅଗଷ୍ଟ ମାସ 6/08/23 ପର୍ଯ୍ୟନ୍ତ ଆବେଦନ କରିପାରିବେ”


ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଅନୁମୋଦିତ ସମସ୍ତ ଛପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନେ ଅନଲାଇନ ମାଧ୍ୟମରେ ସ୍ୱାସ୍ଥ୍ୟ ବୀମା ନିମନ୍ତେ ଆବେଦନ କରିପାରିବେ l ରାୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଥିବା ପ୍ରତିନିଧି ମାନଙ୍କୁ ଜଣେଇ ଦିଆ ଯାଉଛି କି ସରକାରଙ୍କ ତରଫରୁ ନବୀକରଣ (renewal) /ନୂତନ ଭାବେ ଆବେଦନ କରିବା ପାଇଁ ଆଜିଠାରୁ ଅନଲାଇନ ମାଧ୍ୟମରେ ଦରଖାସ୍ତ ଆହ୍ଵାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ଆବେଦନ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ମାସ 7/08/23 ପର୍ଯ୍ୟନ୍ତ ଗୋଟିଏ ମାସ ଧରି ଚାଲିବ ଏବଂ ପୋର୍ଟାଲ ଆପେ ବନ୍ଦ ହୋଇଯିବ l ସୂଚନା ଓ ଲୋକସମ୍ପର୍କ ବିଭlଗ ଦ୍ୱାରା ଅନୁମୋଦିତ ଗଣମାଧ୍ୟମର ପ୍ରତିନିଧି ମାନେ ନିଜେ ନିଜେ ଦରଖାସ୍ତ ଅନ ଲାଇନରେ ଦାଖଲ କରିବେ । ଏଥି ନିମନ୍ତେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଜନ୍ମ ପ୍ରମାଣ ପତ୍ର, ଶିକ୍ଷାଗତ ପ୍ରମାଣ ପତ୍ର, ମିଡ଼ିଆ ହାଉସରୁ ଅଥରାଇସନ ଲେଟର, ନବିକୃତ ପ୍ରେସ ପରିଚୟ ପତ୍ର, ଆଦି ଅପଲୋଡ଼ କରିବେ ।

You May Also Like

More From Author

+ There are no comments

Add yours