ରାୟଗଡା : ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଙ୍କର ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ ମାସର ପ୍ରଥମ ସପ୍ତାହ ଅର୍ଥାତ୍ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀଙ୍କ ପୌରହିତ୍ୟରେ ଓ ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ତତ୍ବାବଧାନରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି I ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷୀ ପ୍ରିୟଦର୍ଶିନି, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନଲ ଶର୍ମା, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀ ଚନ୍ଦନ ଦେହୁରୀ, ରାୟଗଡା ଜିଲ୍ଳା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ, ମଧ୍ୟସ୍ଥତା ଓକିଲ ଶ୍ରୀ ସାମୁଏଲ ତାଣ୍ଡି, ଫଣ୍ଟ ଅଫିସ ରିଟେନର ଶ୍ରୀ ସୀତାରାମ ପଣ୍ଡା, ରାୟଗଡା ବନାଞ୍ଚଳ ର ବନ କର୍ମଚାରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷୟିତ୍ରୀ ଏବଂ ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କିସମର ଚାରା ରୋପଣ କରିଥିଲେ I ଶେଷରେ ଜିଲ୍ଲା ଆଇନସେବା ପ୍ରାଧିକରଣ ର ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ପରିସରରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଡାଇରେକ୍ଟର ଶ୍ରୀ ରାଜେଶ ପାଢି ଓ ଅନ୍ୟ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ଜରିଆରେ ବିଭିନ୍ନ କିସମର ଚାର ରୋପଣ କରିଥିଲେ I ସେହିପରି ଜିସିଡି ହାଇସ୍କୁଲ ପରିସରରେ ଶ୍ରୀମତି ନିବେଦିତା ପଣ୍ଡା ଙ୍କ ତତ୍ତ୍ବାବଧାନରେ ଜିସିଡି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ଜରିଆରେ ବିଭିନ୍ନ ପ୍ରକାର ଚାରାରୋପଣ କରାଯାଇଥିଲା I ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ନିର୍ଦ୍ଦେଶ କ୍ରମେ ଆଜି ରାୟଗଡା ଜିଲ୍ଳାର ସମସ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବନ ବିଭାଗ ଦାରା ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି I ସର୍ବୋପରି ବନ ବିଭାଗର ସହଭାଗୀତା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଜିସିଡି ହାଇସ୍କୁଲ ର ପ୍ରଧାନ ଶିକ୍ଷକ, ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଡାଇରେକ୍ଟର, ଜିଲ୍ଲା ଆଇନସେବା ପ୍ରାଧିକରଣର ପାରା ଲିଗାଲ ଭଲ୍ୟଣ୍ଟର, ପାନେଲ ଓକିଲ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗୁଡିକ ସଫଳତାର ସହିତ ସମାପ୍ତ ହୋଇଛି
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
More From Author
ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ନାଟକ ମଞ୍ଚସ୍ଥ ହେବ
January 13, 2024
୧୯ ପଞ୍ଚାୟତର ସମସ୍ୟା ନେଇ ଗୁଣପୁର ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ
January 10, 2024
ଗ୍ଳୋବାଲ ୱାର୍ମିଂ ବିଷୟରେ ରାୟଗଡା ଜିଲ୍ଳା କୋର୍ଟରେ ଚିତ୍ରାଙ୍କନ ପ୍ରତିଯୋଗିତା
November 12, 2023
+ There are no comments
Add yours