ଓଡିଶା-ଛତିଶଗଡ ବନ ବିଭାଗର ଚଢାଉ, ଜଣେ ଶିକାରୀ ଗିରଫ

ନବରଙ୍ଗପୁର ଜିଲ୍ଲା ବନ ବିଭାଗ ଓ ଛତିଶଗଡ, ଧମତରୀ ସୀତା ନଦୀ, ବ୍ୟାଘ୍ର ଅଭୟାରଣ୍ୟ ଟିମର ମିଳିତ ଚଢ଼ଉ । ନବରଙ୍ଗପୁର ଜିଲ୍ଲା ଝରିଗାଁ ଏବଂ ଛତିଶଗଡ ସୀମାନ୍ତ ଜଙ୍ଗଲରେ ଚଢ଼ାଉ ବେଳେ ଗିରଫ ହେଲା ଶିକାରୀ । ଝରିଗାଁ ଥାନା ଅଧିନ ଦକାଲିକୋଟ ଗ୍ରାମର ଡମ୍ଭରୁ ମାଝି ନାମକ ଜଣେ ଶିକାରୀ କୁ ଗିରଫ କରିବା ସହ ଚାରୋଟି ପୋଟାସ ବମ , ଧନୁତୀର, ବିଭିନ୍ନ, ପଶୁ ପକ୍ଷୀର ଅଙ୍ଗ, ଭାଲୁ, ନଖ, ଅଜଗର ଛାଲ , ଦୁଇଟି ଶିକାରୀ ବନ୍ଧୁକ ସହ ବିଭିନ୍ନ ଶିକାରୀ ସାମଗ୍ରୀ ଜବତ କରାଯାଇଛି । ଏ ନେଇ ଝରିଗାଁ ରେଞ୍ଜର ଗୋବିନ୍ଦ ନାୟକ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ଗିରଫ ଶିକାରୀ ଡମ୍ବରୁ ମାଝି ଙ୍କୁ ଝରିଗାଁ ଥାନାକୁ ହସ୍ତାନ୍ତର କରାଯାଇଛି ।
ରେଞ୍ଜର ଗୋବିନ୍ଦ ନାୟକଙ୍କ କହିବା ଅନୁସାରେ ଝରିଗାଁ ଓ ଛତିଶଗଡ ସୀମାନ୍ତ ଜଙ୍ଗଲରେ ଦୀର୍ଘଦିନରୁ ଶିକାରୀ ମାନେ ଅବୈଧ ଭାବରେ ପୋଟସ ବମ, ଶିକାରୀ, ବନ୍ଧୁକ ଏବଂ ଧନୁ ତୀର ସାହାଯ୍ୟରେ ବନ୍ୟ ଜନ୍ତୁ ଶିକାର କରୁଥିଲେ l ଏପରିକି ଏମାନଙ୍କ ଦ୍ଵାରା ଶିକାର ପାଇଁ ପକା ଯାଇଥିବା ପୋଟାସ ବମ ଦ୍ଵାରା ଗୃହ ପାଳିତ ପଶୁ ଏବଂ ମଣିଷ ମାନେ ମଧ୍ୟ ଦୁର୍ଘଟଣା ର ଶିକାର ହେଉଥିଲେ l ଏମାନେ ପଡୋଶୀ ଛତିଶଗଡ ଜଙ୍ଗଲର ବନ୍ୟଜନ୍ତୁଙ୍କୁ ଶିକାର କରୁଥିଲେ । ଏହାକୁ ରୋକିବା ପାଇଁ ଛତିଶଗଡ ଉଦନ୍ତି ସୀତା ନଦୀ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଳ ଟିମ ତୀକ୍ଷଣ୍ ନଜର ରଖିଥିଲେ। ପରେ ନବରଙ୍ଗପୁର ଜିଲ୍ଲା ବନ ଅଧିକାରୀ ପ୍ରଶନ୍ନ କୁମାର ବେହେରାଙ୍କ ସହ ଛତିଶଗଡ ୱାଇଲଡ ଲାଇଫ ଟିମର ଯୋଗାଯୋଗ ହୋଇଥିଲା । ପରେ ଡିଏଫଓ ଶ୍ରୀ ବେହେରା ଝରିଗାଁ ରେଞ୍ଜର ଗୋବିନ୍ଦ ନାୟକଙ୍କୁ ନିର୍ଦ୍ଦେଶ ଦେବା ପରେ ଛତିଶଗଡ଼ ବନ ବିଭାଗ ସହ ଗତ କାଲି ଚଢାଉ କରି ଡମ୍ବରୁ ମାଝି କୁ ଗିରଫ କରିଥିବା ନେଇ ଶ୍ରୀ ନାୟକ ପ୍ରକାଶ କରିଛନ୍ତି l ବନ ବିଭାଗ ର ଏକାଦୃଶ୍ ସଫଳତା କୁ ବିଭିନ୍ନ ମହଲ ରେ ସ୍ୱାଗତ କରାଯାଇଛି l

ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours